ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି, ୩୦୦ ୟୁନିଟ ବିଜୁଳି ଛାଡ଼, କୃଷି ପାଇଁ ଦେୟ ମୁକ୍ତ ବିଜୁଳି ପ୍ରଦାନ, ନୂତନ ମିଟରର ମାନଦଣ୍ଡର ସତ୍ୟତା ଯାଞ୍ଚ ଏବଂ ସ୍ପେସାଲ ସିକ୍ୟୁରିଟି ରଦ୍ଦ ଦାବିରେ ସୋମବାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି
ଶତାଧିକ ଦଳୀୟ କର୍ମୀ କାର୍ଯ୍ୟାଳୟ ପରିସର ମଧ୍ୟକୁ ଧସେଇ ପଶି ବିଦ୍ୟୁତ ବିଭାଗ ଓ ସରକାରଙ୍କ ବିରୋଧରେ ନାରାବାଜି ଦେଇ ଧାରଣାରେ ବସିଥିଲେ। ପରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ବିରୋଧ କରିବା ସହ ଜନସାଧାରଣଙ୍କ ଠାରୁ ଅସଦ ଉପାୟରେ କୋଟି କୋଟି ଟଙ୍କା ଲୁଟିନେବା ପାଇଁ ସରକାର ଯେଉଁ ହୀନ ଉଦ୍ୟମ କରିଛନ୍ତି ତାହାକୁ ନେଇ ଆଗାମୀ ଦିନରେ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଭାପତି ଧମକ ଦେଇଛନ୍ତି।
ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ,ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି,ରାଜ୍ୟ ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା,ନାରୀନେତ୍ର ସବିତା ଚନ୍ଦ୍,ଶର୍ମିଷ୍ଠା ପଣ୍ଡା, ଟାଉନ ସଭାପତି ଅବଦୁଲ ମୋକିତ ଖାଁ,ଭଦ୍ରକ ବ୍ଲକ ସଭାପତି ପୀତବାସ ଧଳ,ବିଦ୍ୟାଧର ଜେନା, ଧାମନଗର ବ୍ଲକ ସଭାପତି ରମେଶ ବେହେରା ପ୍ରମୁଖ ନେତାମାନେ ସରକାରଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବା ସହ ଦଳ ପକ୍ଷରୁ ୪ ଦିଆଯାଇ ଥିବା ଗୋଟି ଦାବୀ ତୁରନ୍ତ କାର୍ଯ୍ୟକାରୀ କରା ନଗଲେ ଆଗାମୀ ଦିନରେ ଜିଲ୍ଲା କମିଟି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ନେତା ମାନେ ଧମକ ଦେଇଛନ୍ତି।