୧୫ ଦିନ ହେଲା ସୋରଡା ପୋଷ୍ଟ ଅଫିସ୍‌ ଠପ୍‌, ଲୋକଙ୍କ ଧାରଣା

୧୫ ଦିନ ହେଲା ସୋରଡା ପୋଷ୍ଟ ଅଫିସ୍‌ ….

୧୫ ଦିନ ହେଲା ସୋରଡା ପୋଷ୍ଟ ଅଫିସ୍‌ ଠପ୍‌। ସର୍ଭର୍‌ ଡାଉନ୍‌। ଲିଙ୍କ୍‌ ନ ଥିବାରୁ ହୋଇପାରୁନି କାମ। ତାତିଲେ ଲୋକେ। ସୋମବାର ସକାଳେ ପୋଷ୍ଟ ଅଫିସକୁ ଆସିଥିବା କିଛି ଲୋକ ଧାରଣାରେ ବସିଛନ୍ତି। ପ୍ରାପ୍ତ ସୂଚନାନୁସାରେ ସୋରଡା ଡାକ ଘର ଉପରେ ୨୦୦ରୁ ଅଧିକ ଗ୍ରାମବାସୀ ନିର୍ଭରଶୀଳ। ୧୫ ଦିନ ହେବ ପୋଷ୍ଟ ଅଫିସରେ କୌଣସି କାର୍ଯ୍ୟ ହୋଇପାରୁନି। ପୋଷ୍ଟ ମାଷ୍ଟର ମେଲ୍‌ ଯୋଗେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ବୈଷୟିକ ତ୍ରୁଟିର ସମାଧାନ ହେଉନି। ଅର୍ଥ ଜମା, ଉଠାଣ, ଚିଠି ଦେଣ ନେଣ, ସ୍ଥାୟୀ ଜମା ଉଠାଣ ପରି ବହୁତ ସମସ୍ୟା ହେଉଛି।

ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ଶନିବାର ଥାନାରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଥାନାଧିକାରୀ ମଧ୍ୟ ଡାକ ବିଭାଗର ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରି ସମାଧାନ କରିବାକୁ କହିଥିଲେ। ୨୯ ତାରିଖରେ ସମସ୍ୟା ସମାଧାନ ନହେଲେ ଜନତା ଧାରଣାରେ ବସିବାକୁ ସୂଚନା ଦେଇଥିଲେ। ସମସ୍ୟାର ସମାଧାନ ନହେବାରୁ ପୂର୍ବ ନିଷ୍ପତି ପୂର୍ବକ ପୋଷ୍ଟ ଅଫିସ୍‌ ସମ୍ମୁଖରେ ସାଧାରଣ ଲୋକ ଧାରଣା ଦେଇଛନ୍ତି। କାଳବିଳମ୍ବ ନକରି ଏ ଦିଗରେ ସହୃଦୟ ଦୃଷ୍ଟି ପକାଇବାକୁ ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରାଯାଉଛି।
ଲିଟୁ ହେମ୍ବ୍ରମ, ସୋରଡ଼ା।