୨୦୨୫ ଅନ୍ତିମ ଦିନରେ ବିଜେପି ପୁରାଣ ପଢ଼ିଲା ବିଜେଡି

ବର୍ଷର ଶେଷ ଦିନରେ ରାଜ୍ୟ ସରକାରଙ୍କ ଉପରେ ….

ଭୁବନେଶ୍ୱର: ବର୍ଷର ଶେଷ ଦିନରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ। ମାତ୍ର ସେ ବର୍ଷାରେ ବିଜେପି ଭିଜିବାର ଆଶଙ୍କା କରାଯାଉନି। ଜନୈକ ସମାଜସେବୀଙ୍କ ମତରେ ଉଭୟ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି ଶାସନ କରୁଛନ୍ତି। ଉଭୟଙ୍କ ପାଟିରେ ଗୋଟିଏ ଡାଇଲଗ୍‌ ଘର କରିଛି, ତାହା ହେଉଛି ‘ଆଇନ ତା ବାଟରେ ଯିବ।’ ବିଜେପି ସେହି କାମ କରୁଛି ଯାହା ବିଜେଡି କରୁଥିଲା। ବିଜେଡି ସେହି ଦୋଷ ବିଜେପି ଉପରେ ଲଦୁଛି ଯାହା ଖୋଦ ବିଜେଡି କରୁଥିଲା। ଦୁଇଟି ଯାକ ଦଳ ଭିତରୁ କେହି ଜନତାଙ୍କ ମନ ଚିହ୍ନି କାମ କରୁନାହାନ୍ତି। ଦୁଇଟି ଯାକ ଦଳ ଲୋକଙ୍କୁ ଲୁଟିବାକୁ ନାନା ବାଟ ତିଆରି କରୁଛନ୍ତି।

ବୁଧବାର ଦିନ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଲେଖାଯୋଖା ରଖି ବିଜେପିକୁ ଟାର୍ଗେଟ୍‌ କରିଛି। ରାଜ୍ୟସଭା ସଂସଦ ସସ୍ମିତ ପାତ୍ର ଏବଂ ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ପ୍ରଭୁ ଜଗନ୍ନାଥଙ୍କ ଫଟୋକୁ ନେଇ ଦେଖା ଦେଇଥିବା ବିବାଦର ସ୍ପଷ୍ଟୀକରଣ ମାଗିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେଡି ଦାବି କରିଛି। ଏହାଛଡ଼ା ୨୦୨୫ ବର୍ଷର ମୂଲ୍ୟାଙ୍କନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସସ୍ମିତ ପାତ୍ର ଓ ଏବଂ ଲେନିନ ମହାନ୍ତି। ବିଜେପି ସରକାରରେ ରାଷ୍ଟ୍ରୀୟ, ରାଜ୍ୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି। ଆଇନ ଶୃଙ୍ଖଳା ବ୍ୟବସ୍ଥା ସାରା ଦେଶରେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡବଲ ଇଞ୍ଜିନ ସରକାର ଆଇନ ଶୃଙ୍ଖଳା ସମ୍ଭାଳିବାରେ ବିଫଳ ହୋଇଛି। ୨୦୨୪ ଜୁନରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଥିଲା। ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିଲେ। ହେଲେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ରାଜ୍ୟରେ ଆଗକୁ ଆଇନ ଶୃଙ୍ଖଳା କିପରି ବିପର୍ଯ୍ୟସ୍ତ ହେବ, ତାହା ସ୍ପଷ୍ଟ କରିଥିଲା। ୨୦୨୫ରେ ଈଗଉ କାର୍ଯ୍ୟାଳୟରେ ଗୁଣ୍ଡାରାଜ୍‌ ଚାଲିଲା। ଅଫିସରେ ପଶି ନେତାଙ୍କ ଅନୁଗତମାନେ ଜଣେ ଙଇଝ ଅଧିକାରୀଙ୍କୁ ମାଡ଼ ମାରିଲେ। ଗତ ଦେଢ଼ ବର୍ଷରେ ୪୦ ହଜାରରୁ ଅଧିକ ମହିଳା ଓ ଶିଶୁ ବିରୋଧୀ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣା ମାନ ରାଜ୍ୟରେ ବଢ଼ିଛି ବୋଲି ବିଧାନସଭାରୁ ଉତର ମଧ୍ୟ ଆସିଛି ବୋଲି ସସ୍ମିତ ପାତ୍ର କହିଛନ୍ତି।

୨୦୨୪ ତୁଳନାରେ ୮ ପ୍ରତିଶତ ଦୁଷ୍କର୍ମ ମାମଲା ୨୦୨୫ ରେ ବଢିଛି। ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତର ରଖିଲେ ଯେ ଗତ ଦେଢ଼ ବର୍ଷରେ ମହିଳାଙ୍କ ବିରୋଧରେ ୪୦,୯୪୭ ମାମଲା ରୁଜୁ ହୋଇଛି। ଦଣ୍ଡ ବିଧାନ ଏହା କେବଳ ୫.୫ ପ୍ରତିଶତରେ ସୀମିତ ରହିଛି। ଦେଶର ୧୦ ଅପରାଧ ପ୍ରବଣ ରାଜ୍ୟ ଭିତରେ ଓଡ଼ିଶା ଆସୁଛି। ଏଥିରୁ ୮ଟି ରାଜ୍ୟରେ ବିଜେପି ସରକାର ରହିଛି। ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ପ୍ରଭାବିତ କରୁଛି। ଏହା ଯୋଗୁ ଏଝଊଚ ୭.୨%କୁ ଖସିଛି। ଗତ ୧୮ ମାସରେ ୧୮ ସରକାରୀ ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାର ଚେର ବିଜେପି ସହ ସିଧାସଳଖ ଯୋଡି ହୋଇଛି। ଆଇନ ଶୃଙ୍ଖଳାକୁ ନେଇ ବିଜେପି ସରକାରର ନୈରାଶ୍ୟଜନକ ମନୋଭାବ ରହୁଛି। ଆଇନ ଶୃଙ୍ଖଳା ଠିକ୍‌ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ଏ ବିଭାଗରେ ମୁଖ୍ୟମନ୍ତ୍ରୀ ନିଜେ ଦାୟିତ୍ୱରେ ଅଛନ୍ତି। ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଜ ନିବେଦନ କରିଛନ୍ତି ଯେ, ୨୦୨୬ ଆରମ୍ଭ ହେବାକୁ ଯାଉଛି, ସରକାର ଆଇନ ଶୃଙ୍ଖଳା ଠିକ୍‌ କରିବାକୁ ଯତ୍ନବାନ ରୁହନ୍ତୁ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ଲୋକେ ଭୟଭୀତ ଏବଂ ଝିଅ ରାତିରେ ବାହାରକୁ ବାହାରିବାକୁ ଡରୁଛନ୍ତି। ଏ ଭୟ ନବୀନ ପଟ୍ଟନାୟକ ସରକାରରେ ନଥିଲା। ୨୦୨୬ରେ ଓଡ଼ିଶାବାସୀଙ୍କୁ ସୁରକ୍ଷା ଦିଆଯାଉ ବୋଲି ବିଜେଡି ପ୍ରେସମିଟରେ ଦାବି ରଖିଛନ୍ତି ବିଜେଡି ସଂସଦୀୟ ଦଳ ନେତା ତଥା ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର।

ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି ମଧ୍ୟ ବିଜେପି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ୨୦୨୫ ମସିହା ଥିଲା ଘଟଣା ବହୁଳ ବର୍ଷ। ଆରମ୍ଭ ହେଲା ଚର୍ଚ୍ଚିତ ମାମଲାରୁ, ସରିଲା ବି ଚର୍ଚ୍ଚିତ ମାମଲାରେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସମସ୍ତଙ୍କୁ ଏହା ବ୍ୟଥିତ କରିଛି। ୨୦୨୫ରେ ଦୁଷ୍କର୍ମ ବର୍ଷ ଥିଲା ବୋଲି ଲେନିନ କହିଛନ୍ତି । କୋଭିଡ ପରେ ନବୀନ ପଟ୍ଟନାୟକ ଧୀରେ ଧୀରେ ୫ଟି ଆଧାରରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲେ। ଦେଶ ଭିତରୁ ଏବଂ ବିଦେଶରୁ ପର୍ଯ୍ୟଟକମାନେ ଓଡ଼ିଶାର କଳା ସଂସ୍କୃତିକୁ ଦେଖିବାକୁ ଧାଇଁ ଆସୁଥିଲେ। ମାତ୍ର ଏହା ଏବେ ହ୍ରାସ ପାଇବାରେ ଲାଗିଛି। ଏହାର କାରଣ ପର୍ଯ୍ୟଟନସ୍ଥଳୀରେ ମହିଳାମାନଙ୍କ ସହିତ ଅସଦାଚରଣ ହେଉଛି। ଦୁଷ୍କର୍ମ ଭଳି ଅଭିଯୋଗମାନ ଆସୁଛି ବୋଲି ଲେନିନ ମାହାନ୍ତି କହିଛନ୍ତି। ସେହିପରି କଟକ ଭଳି ଭାଇଚାରାର ସହରରେ ଦୁର୍ଗାପୂଜା ଭସାଣୀରେ ଦଙ୍ଗା ଭଳି ପରିସ୍ଥିତି ଦେଖିବାକୁ ମିଳିଲା। ଏସବୁ ଓଡ଼ିଶା କେବେ ବି ଗ୍ରହଣ କରି ପାରିବ ନାହିଁ । ବାଲେଶ୍ୱରରେ ଶିକ୍ଷାନୁଷ୍ଠାନର ଅବହେଳାରୁ ଇଈଠଚ ନେତ୍ରୀ ଆତ୍ମଦାହ କଲେ। ଏହାଛଡ଼ା ଦୁଃଖର କଥା ଯେ ଦେଶର ସର୍ବମାନ୍ୟ ନେତା ଆସିବା ଦିନରେ ହତ୍ୟାକାଣ୍ଡ ଘଟୁଛି। ବିଜେପି ସରକାରରେ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥା ଦୋହଲି ଯାଇଛି। ଡବଲ ଇଞ୍ଜିନରେ ସରକାର ଓଡ଼ିଶାକୁ ଦେଶ ବିଦେଶରେ ନିନ୍ଦିତ କରୁଛନ୍ତି। ନବୀନ ପଟ୍ଟନାୟକ ସବୁବେଳେ ଚାହାନ୍ତି ଓଡ଼ିଶା ସବୁ କ୍ଷେତ୍ରରେ ଏକ ନମ୍ବର ହେଉଫ