ଆମେରିକାରେ ସେକ୍ସ ଓ ଡ୍ରଗ୍‌ସ ରାକେଟ୍‌: ଭାରତୀୟ ବଂଶୋଦ୍ଭବ ଦମ୍ପତି ଗିରଫ

ଆମେରିକାର ଭର୍ଜିନିଆରେ ସେକ୍ସ ଓ ଡ୍ରଗ୍ସ ରାକେଟ …

ୱାସିଂଟନ: ଆମେରିକାର ଭର୍ଜିନିଆରେ ସେକ୍ସ ଓ ଡ୍ରଗ୍ସ ରାକେଟ ଚଳାଉଥିବା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବ ଦମ୍ପତିଙ୍କ ସହିତ ଅନ୍ୟ ତିନିଜଣଙ୍କୁ ଗିରଫ କରାଯାଇଛି। ଏକ ମୋଟେଲରେ ଫେଡେରାଲ ତଥା ସ୍ଥାନୀୟ ଏଜେଂଟ୍‌ଙ୍କ ଚଢ଼ଉ ବେଳେ ଏମାନଙ୍କ ଅପରାଧିକ କାର୍ଯ୍ୟକଳାପ ଜଣାପଡିଥିଲା। ଉତର ଭର୍ଜିନିଆର ଫେଡେରାଲ୍‌ ଓକିଲଙ୍କ ଅନୁଯାୟୀ, କୋଶା ଶର୍ମା (୫୨) ଓ ତରୁଣ ଶର୍ମା (୫୫) ସେମାନଙ୍କ ରେଡ୍‌ କାର୍ପେଟ୍‌ ଇନ୍‌ର ତୃତୀୟ ମହଲାକୁ ଡ୍ରଗ୍ସ ବିକ୍ରି ଏବଂ ବେଶ୍ୟାବୃତି ପାଇଁ ବ୍ୟବହାର କରୁଥିଲେ ଏବଂ ତଳ ମହଲାରେ ଅତିଥିମାନଙ୍କୁ ରଖୁଥିଲେ।

ଫେଡେରାଲ ଓ ସ୍ଥାନୀୟ ଏଜେଂଟ୍‌ଙ୍କ ପକ୍ଷରୁ ଅନେକ ଗୁପ୍ତ ଅପରେସନ ପରେ ଅପରାଧିକ କାର୍ଯ୍ୟକଳାପର କେନ୍ଦ୍ରରେ ଥିବା ଏମାନଙ୍କ ମୋଟେଲରେ ଚଢଉ କରି ଦମ୍ପତିଙ୍କୁ ଗିରଫ କରାଯାଇଥିଲା। କୋର୍ଟ ଡକ୍ୟୁମେଂଟ୍‌ ଅନୁଯାୟୀ, ମେ’ ୨୦୨୩ ରେ କୋଶା ଶର୍ମା ଓରଫ ମା’ ଓରଫ ମାମା କେ ଏବଂ ତରୁଣ ଶର୍ମା ଓରଫ ପପ୍‌ ଓରଫ ପା ଏବଂ ରେଡ କାର୍ପେଟ୍‌ ଇନରେ ବ୍ୟବସାୟ କରୁଥିବାବେଳେ ମୋଟେଲକୁ ଭଡାରେ ନେଇ ପରିଚାଳନା କରୁଥିଲେ।
ପୁଲିସ ଚଢ଼ଉ ସମୟରେ ସେ ଅପରାଧୀଙ୍କୁ ସତର୍କ କରିବା ସହିତ ଅଧିକାରୀଙ୍କୁ ଉପର ମହଲାକୁ ଯିବାରୁ ରୋକୁଥିଲେ। ଗିରଫ ହୋଇଥିବା ଅନ୍ୟ ତିନି ଜଣକ ମଧ୍ୟରେ ମାର୍ଗୋ ପିୟର୍ସ (୫୧), ଜୋସୁଆ ରୋଡିକ୍‌ (୪୦) ଏବଂ ରାସାର୍ଡ ସ୍ମିଥ୍‌ (୩୩) ଅଛନ୍ତି। ୮ ଜଣ ମହିଳାଙ୍କ ବେଶ୍ୟାବୃତି ପାଇଁ ନିୟୋଜନ କରାଯାଇଥିଲା। ଲୋକଙ୍କ ଠାରୁ ଏଥିପାଇଁ ଜଣକ ପିଛା ୮୦ରୁ ୧୫୦ ଡଲାର ଦାବି କରା ଯାଉଥିଲା। ଏହା ସହିତ ଫେଂଟାନାଇଲ ଓ କୋକେନ ବିକ୍ରି କରା ଫେଡେରାଲ ଏଜେଂଟ୍‌ ପ୍ରମାଣ ପାଇଥିଲେ।