ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ବିସ୍ତାରବାଦୀ ମହତ୍ୱାକାଂକ୍ଷା ପୂରଣ କରିବା ପାଇଁ ଏକ ନୂତନ ରଣନୀତି ଆରମ୍ଭ କରିଛନ୍ତି। ଆମେରିକାର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଚୀନ୍କୁ ଫସାଇବା ପାଇଁ ଧମକ ଦିଆଯାଉଛି। ଚୀନ୍କୁ ଟ୍ରମ୍ପ ରୁଷ ଅପେକ୍ଷା ବଡ଼ ଶତ୍ରୁ ବୋଲି ବିବେଚନା କରନ୍ତି। ଆମେରିକା ରିପୋର୍ଟ ଅନୁସାରେ ଚୀନ୍ରେ ସି ଜିନପିଙ୍ଗଙ୍କୁ କ୍ଷମତାଚ୍ୟୁତ କରିବାର ଖେଳ ଆରମ୍ଭ ହୋଇଛି। ସି ଜିନପିଙ୍ଗଙ୍କୁ କ୍ଷମତାରୁ ହଟାଇବା ପାଇଁ ତାଙ୍କର ବିଶ୍ୱସ୍ତ ଶୀର୍ଷ ଜେନେରାଲ ଟ୍ରମ୍ପଙ୍କ ସହିତ ଗୁପ୍ତ ଭାବରେ ଏକ ଚୁକ୍ତି କରିଥିଲେ। ସେ ବେଜିଂର ପରମାଣୁ ଗୁପ୍ତ ତଥ୍ୟ ଆମେରିକାକୁ ଦେଇଥିବା କୁହାଯାଉଛି। ନିଜକୁ ବିଶ୍ୱର ସବୁଠାରୁ ବଡ଼ ବିସ୍ତାରବାଦୀ ବୋଲି ଭାବୁଥିବା ଚୀନ୍ ଏବେ ଟ୍ରମ୍ପଙ୍କ ଜାଲରେ ଫସି ଯାଇଥିବା କୁହାଯାଉଛି। ମାତ୍ର ଜିନପିଙ୍ଗ ଏତେ ସହଜ ନୁହନ୍ତି ଯେ ଟ୍ରମ୍ପ ତାଙ୍କୁ ହଜମ କରିପାରିବେ। ଟ୍ରମ୍ପଙ୍କ ହଡପ୍ ନୀତି ସିଧାସଳଖ ସି ଜିନପିଙ୍ଗଙ୍କ ସ୍ଥିତିକୁ ବିପଦରେ ପକାଇଛି ବୋଲି ଯାହା କୁହାଯାଉଛି ତା’ର ସତ୍ୟତା ଅଦ୍ୟାପି ଅସ୍ପଷ୍ଟ।
ଟ୍ରମ୍ପଙ୍କ ଦାବି ହେଉଛି, ତାଙ୍କ ଗୁପ୍ତଚର ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ପାଖେ ପାଖେ ଅଛି। ଆମେରିକା ଗୁପ୍ତଚର ସଂସ୍ଥା ସିଆଇଏ ଚୀନ୍ରେ ଜାଲ ବୁଣିଛି, ସେଇ ଜାଲରେ ଜିନପିଙ୍ଗ ପଡ଼ିଗଲେ ତାଙ୍କର ରକ୍ଷା ନାହିଁ। ବେଜିଂରେ ଜିନପିଙ୍ଗଙ୍କ ବିରୋଧରେ ବିଦ୍ରୋହ ମୁଣ୍ଡ ଟେକୁଛି। ଜିନପିଙ୍ଗଙ୍କ ବିଶ୍ୱାସୀ ଅଧିକାରୀ ଜେନେରାଲ ଝାଙ୍ଗ ୟୁକ୍ସିଆ କୁଆଡେ଼ ସି ଜିନପିଙ୍ଗଙ୍କ ପାଇଁ କଂଟା ହୋଇଛନ୍ତି।
ଝାଙ୍ଗ ୟୁକ୍ସିଆଙ୍କ ବିରୋଧରେ ଆମେରିକାକୁ ଚୀନ୍ର ପରମାଣୁ ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗ ଆସିଛି। ଜେନେରାଲ ସିଆଇଏ ସହିତ ସମ୍ପର୍କ ରଖିଥିବାର ଅଭିଯୋଗ ଅଛି। ଜେନେରାଲ ଝାଙ୍ଗ ୟୁକ୍ସିଆଙ୍କ ବିରୋଧରେ ତଦନ୍ତ ଚାଲିଛି। ଜିନପିଙ୍ଗଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ସେ ଆମେରିକା ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ ହୋଇଛି। ଟ୍ରମ୍ପ ଚୀନ୍ର ପରମାଣୁ କାର୍ଯ୍ୟକ୍ରମର ପ୍ରତ୍ୟେକ ଗୁପ୍ତ ବିବରଣୀ ହାସଲ କରିବାକୁ ଚାହୁଁଛନ୍ତି। ଚୀନ୍ ଜେନେରାଲ୍ ୟୁକ୍ସିଆ ଟ୍ରମ୍ପଙ୍କୁ ଦେଇଥିବା ତଥ୍ୟଗୁଡ଼ିକ କେତେ ସତ, ତାହା ଏବେ ମଧ୍ୟ ଟ୍ରମ୍ପ ପରୀକ୍ଷା କରିନାହାନ୍ତି। ତେବେ ବେଜିଂରେ ଜିନ୍ପିଙ୍ଗଙ୍କ ବିରୋଧରେ ବଡ଼ ଧରଣର ବିକ୍ଷୋଭର ସୂତ୍ରପାତ କରିଛନ୍ତି ଟ୍ରମ୍ପ।