ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରର ସଫଳତା ଓ ଆଗାମୀ ଯୋଜନା ବିଷୟରେ ରଖିଛନ୍ତି ଦୃଢ଼ ମତ। ପିଏମ କହିଛନ୍ତି ଯେ, ସରକାରୀ ଯୋଜନାକୁ ସମାଜର ଶେଷଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ପହଂଚାଇବା ପାଇଁ ତାଙ୍କ ସରକାର ନିରନ୍ତର ପ୍ରୟାସ କରିଛି।ଏହି ଅବସରରେ ପ୍ରଧାନମନ୍ତ୍ରୀ ୫ଟି ମୁଖ୍ୟ ବିଷୟ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ବିରୋଧୀ ବି ମାନନ୍ତି ‘ଲାଷ୍ଟ ମାଇଲ୍ ଡେଲିଭରି’ର ଶକ୍ତି: ପ୍ରଧାନମନ୍ତ୍ରୀ କହିଛନ୍ତି, “ଯେଉଁମାନେ ଆମକୁ ପସନ୍ଦ କରନ୍ତି ନାହିଁ, ସେମାନେ ମଧ୍ୟ ଆଜି ସ୍ୱୀକାର କରୁଛନ୍ତି ଯେ ଏହି ସରକାର ସେବା ପ୍ରଦାନ କ୍ଷେତ୍ରରେ ଶେଷ ବ୍ୟକ୍ତିଙ୍କୁ ଗୁରୁତ୍ୱ ଦେଇଛି।
ଆମେ ଏହି ପରମ୍ପରାକୁ ଆଗକୁ ବଢ଼ାଇବୁ। ଭାରତର ଗଣତନ୍ତ୍ର ଓ ଜନସଂଖ୍ୟା (ଊରଜ୍ଞକ୍ଟଶକ୍ସବକ୍ଟ୍ରଷଚ୍ଚ) ଆଜି ସାରା ବିଶ୍ୱ ପାଇଁ ଏକ ବଡ଼ ଆଶା।’
୨୦୪୭ ‘ବିକଶିତ ଭାରତ’ ପାଇଁ ପ୍ରଥମ ପାଦ: ଏହି ଅଧିବେଶନକୁ ଐତିହାସିକ ଦର୍ଶାଇ ପିଏମ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ପ୍ରଥମ ୨୫ ବର୍ଷ ଶେଷ ହୋଇଛି ଏବଂ ଏବେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ଯେଉଁ ଲକ୍ଷ୍ୟ ରହିଛି, ତା’ ପାଇଁ ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ସମୟଖଣ୍ଡର ଏହା ହେଉଛି ପ୍ରଥମ ବଜେଟ୍।
ନିର୍ମଳା ସୀତାରମଣଙ୍କ ନୂଆ ରେକର୍ଡ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ୯ମ ଥର ପାଇଁ ବଜେଟ୍ ଆଗତ କରିବାକୁ ଯାଉଛନ୍ତି। ଏହି ମୁହୂର୍ତ ଇତିହାସର ପୃଷ୍ଠାରେ ସ୍ଥାନ ପାଇବ।
‘କ୍ୱାଲିଟି’ ଉପରେ ଗୁରୁତ୍ୱ ଓ ବିଶ୍ୱ ବଜାର: ୟୁରୋପୀୟ ସଂଘ (ଋଟ) ସହ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ମୋଦୀ ବିସ୍ତାରିତ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଏହା ଭାରତୀୟ ନିର୍ମାତାଙ୍କ ପାଇଁ ଏକ ବଡ଼ ସୁଯୋଗ। କିନ୍ତୁ ଆମକୁ ‘କ୍ୱାଲିଟି’ ବା ଗୁଣବତା ଉପରେ ସବୁଠାରୁ ଅଧିକ ଧ୍ୟାନ ଦେବାକୁ ହେବ। ଯଦି ଆମର ସାମଗ୍ରୀ ଉନ୍ନତ ହେବ, ତେବେ ଆମେ କେବଳ ବ୍ୟବସାୟ କରିବୁନି, ବରଂ ବିଶ୍ୱବାସୀଙ୍କ ହୃଦୟ ମଧ୍ୟ ଜିତିପାରିବୁ।
ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ ସରକାରଙ୍କ ନୀତି ସ୍ପଷ୍ଟ କରି ସେ କହିଛନ୍ତି ଯେ ‘ରିଫର୍ମ ଏକ୍ସପ୍ରେସ’ ଆରମ୍ଭ ହୋଇସାରିଛି। ସରକାରୀ ନିଷ୍ପତିଗୁଡ଼ିକ କେବଳ ସଂସ୍କାର ପାଇଁ ନୁହେଁ, ବରଂ ‘ମାନବ-କେନ୍ଦ୍ରିକ’ (ଐଙ୍କଜ୍ଞବଦ୍ଭ-ମରଦ୍ଭଗ୍ଧକ୍ସସମ) ଅଟେ। ଆମେ ଟେକ୍ନୋଲୋଜିକୁ ଆପଣାଉଛୁ, କିନ୍ତୁ ମଣିଷର ଗୁରୁତ୍ୱକୁ କେବେ ବି କମ୍ କରୁନାହୁଁ।