୫୧ ତମ ରାଜ୍ୟ ଅବକାରୀ କ୍ରୀଡା ସମାରୋହ ଉଦଯାପିତ

କଟକସ୍ଥିତ ସତ୍ୟବ୍ରତ ଷ୍ଟାଡିୟମରେ ଦୁଇଦିନ ଧରି ଚାଲିଥିବା ….

କଟକ: କଟକସ୍ଥିତ ସତ୍ୟବ୍ରତ ଷ୍ଟାଡିୟମରେ ଦୁଇଦିନ ଧରି ଚାଲିଥିବା ଅବକାରୀ ବିଭାଗର ୫୧ ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାରେ କାର୍ୟ୍ୟରତ ଅବକାରୀ ସିପାହୀ, ଦିଲିପ କୁମାର ସାମନ୍ତ ଦଶ ପଏଣ୍ଟ ପାଇ ପୁରୁଷ ବର୍ଗରେ ବ୍ୟକ୍ତିଗତ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅବକାରୀ ଗୁଇନ୍ଦା ସଂସ୍ଥାରେ କାର୍ୟ୍ୟରତ ଅବକାରୀ ସିପାହୀ ରୋଜାଲିନ୍ ବେହେରା ଦଶ ପଏଣ୍ଟ ପାଇ ମହିଳା ବର୍ଗରେ ବ୍ୟକ୍ତିଗତ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ମୟୂରଭଞ୍ଜ ଅବକାରୀ ଜିଲ୍ଲା ୩୧ ପଏଣ୍ଟ ପାଇ ରାଜ୍ୟ ସ୍ତରୀୟ ଚମ୍ପିଆନ ହୋଇଥିବା ବେଳେ ନବରଙ୍ଗପୁର ଅବକାରୀ ଜିଲ୍ଲା ୨୦ ପଏଣ୍ଟ ପାଇ ରନର୍ସ ଅପ ହୋଇଛି ଓ
ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଏସବିସିଏଲର ପରିଚାଳନା ନିର୍ଦେଶକ ଶ୍ରୀ ଦେବେନ୍ଦ୍ର ପ୍ରଧାନ,

ସମ୍ମାନିତ ଅତିଥି ଭାବେ ଅବକାରୀ ଆୟୁକ୍ତ, ଓଡିଶା, ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡି, ଅବକାରୀ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ଦାସ ପଟ୍ଟନାୟକ ଏବଂ ଭାରତୀୟ କନିଷ୍ଠ ମହିଳା ଫୁଟବଲ ଦଳର କୋଚ ଶୁଶ୍ରୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ ଓ ଉତ୍ସବରେ ଅବକାରୀ ବିଭାଗ, ଅବକାରୀ ନିର୍ଦେଶାଳୟ ଓ ଙଝଈଉଖ ର ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

ଏଠାରେ ସୂଚନା ଯୋଗ୍ୟକି ଓଡିଶାର ସମସ୍ତ ୩୩ଟି ଅବକାରୀ ଜିଲ୍ଲା ଓ ୪ଟି ଋଓ ଌ ଋଈ ୟୁନିଟରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୮୦୯ ଜଣ ପୁରୁଷ ପ୍ରତିଯୋଗୀ ୧୬ଟି ବିଭାଗରେ ଏବଂ ୧୮୧ ଜଣ ମହିଳା ପ୍ରତିଯୋଗୀ ୧୧ଟି ବିଭାଗରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ୧୦୦ ମି ଦୌଡ଼, ୨୦୦ ମି ଦୌଡ଼, ୪୦୦ ମି ଦୌଡ଼, ୮୦୦ ମି ଦୌଡ଼, ୧୫୦୦ ମି ଦୌଡ଼, ୩୦୦୦ ମି ଦୌଡ଼, ଲମ୍ବା ଡିଆଁ, ଉଚ୍ଚ ଡ଼ିଆଁ, ଟ୍ରିପଲ ଜମ୍ପ, ଶଟ ଫୁଟ ଥ୍ରୋ, ଦିଷ୍କସ ଥ୍ରୋ, ଜାଭେଲିନ ଥ୍ରୋ, ଭୋଲି ବଲ୍, ବ୍ୟାଡମିଣ୍ଟନ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା