୨୨ତମ ଧଉଳି–କଳିଙ୍ଗ ମହୋତ୍ସବର ଉଦଯାପନୀ ସମାରୋହରେ ଯୋଗଦେଲେ ରାଜ୍ୟପାଳ
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି…..
ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରବିବାର ସନ୍ଧ୍ୟାରେ ଧଉଳି ଠାରେ ଆୟୋଜିତ ୨୨ତମ ଧଉଳି –କଳିଙ୍ଗ ମହୋତ୍ସବର ଉଦଯାପନୀ ସମରୋହରେ ଯୋଗ ଦେଇଥିଲେ।
ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସେକ୍ରେଟାରୀ ଡ. ଅରୁଣା ମହାନ୍ତି ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ପ୍ରାରମ୍ଭରେ ରାଜ୍ୟପାଳ ‘ମଶାଲ ପ୍ରଜ୍ୱଳନ’ କରିଥିଲେ।
ଏହି କାର୍ୟ୍ୟକ୍ରମରେ ରାଜ୍ୟପାଳ ପ୍ରସିଦ୍ଧ ନାଟ୍ୟ ବ୍ୟକ୍ତିତ୍ୱ ଶ୍ରୀ ଅନନ୍ତ ମହାପାତ୍ରଙ୍କୁ ନାଟକ କ୍ଷେତ୍ରରେ ତାଙ୍କର ମହନୀୟ ଅବଦାନ ପାଇଁ ‘ବୁଦ୍ଧ ସମ୍ମାନ’ ପ୍ରଦାନ କରିଥିଲେ। ସେହିପରି ପୂର୍ବତନ ଭାରତୀୟ କୂଟନୀତିଜ୍ଞ ଏବଂ ଭାରତୀୟ ପରଫର୍ମିଙ୍ଗ ଆର୍ଟ ର ଜଣେ ପ୍ରମୁଖ ପୃଷ୍ଠପୋଷକ ଶ୍ରୀ ଲଳିତ୍ ମାନସିଂହଙ୍କୁ ‘ସ୍ୱର୍ଣ୍ଣ ସ୍ମାରକୀ ସମ୍ମାନ’ ଦ୍ୱାରା ସମ୍ମାନିତ କରିଥିଲେ।ଏହି ଅବସରରେ ରାଜ୍ୟପାଳ ମହୋତ୍ସବର ଶେଷ ପର୍ୟ୍ୟାୟରେ ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ୟ୍ୟକ୍ରମ ଉପଭୋଗ କରିଥିଲେ।ଓଡିଶାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ ମଧ୍ୟ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ କ୍ଷ
ରାଜ୍ୟପାଳ କହିଛନ୍ତି ଯେ,ଧଉଳି –କଳିଙ୍ଗ ମହୋତ୍ସବ କଳାକାର ଏବଂ ଦର୍ଶକମାନଙ୍କୁ ସମନ୍ୱୟର ଭାବନାରେ ଏକତ୍ର କରି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର–ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଏହି ମହୋତ୍ସବ କଳା ଓ ସଂସ୍କୃତିର ଶକ୍ତିକୁ ଉଜାଗର କରି ଶାନ୍ତି ଏବଂ ସାଂସ୍କୃତିକ ଆଦାନ–ପ୍ରଦାନକୁ ପ୍ରୋତ୍ସାହନ ଯୋଗାଉଛି ବୋଲି ରାଜ୍ୟପାଳ ଉଲ୍ଲେଖ କରିଛନ୍ତି କ୍ଷ