ଟୋକନ୍ ସମସ୍ୟାର ସମାଧାନ ନାହିଁ: ଚାଷୀଙ୍କ ଗର୍ଜନ

ଟାର୍ଗେଟ୍ ଓ ଟୋକନ ସମସ୍ୟାକୁ କେନ୍ଦ୍ର କରି ଆଂଚଳିକ ….

ଲଖନପୁର: ଟାର୍ଗେଟ୍ ଓ ଟୋକନ ସମସ୍ୟାକୁ କେନ୍ଦ୍ର କରି ଆଂଚଳିକ କୃଷକ ସଂଗଠନ ଅର୍ଥନୈତିକ ଅବରୋଧ ଭଳି ପଦକ୍ଷେପ ଗ୍ରହଣ କରିଛି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ୍ ଜୋନ୍ ୩ ଅନ୍ତର୍ଗତ ଢୁନଢୁନ ଛକ ନିକଟରେ ଟାର୍ଗେଟ୍ ଓ ଟୋକନ ସମାସ୍ୟା ସମାଧାନ ଦାବି ନେଇ ମାଁ ସମଲେଇ ଆଂଚଳିକ କୃଷକ ସଂଗଠନ ପକ୍ଷରୁ ଧାନ ରଖି ଅର୍ଥନୈତିକ ଅବରୋଧ କରାଯାଇଛି । ସୂଚନାନୁସାରେ, ସୋମବାର ଦିନ କୃଷକ ସଂଗଠନ ପକ୍ଷରୁ ସକାଳ ୧୦ଟାରେ ଢୁନଢୁନ ଛକସ୍ଥିତ ରାସ୍ତାରେ ଶତାଧିକ ଧାନ ବସ୍ତା ରଖି ଆର୍ଥିକ ଅବରୋଧ ଆରମ୍ଭ କରିଥିଲେ । ତାକୁ ସମର୍ଥନ କରି ଜିଲ୍ଲା କୃଷକ ସଂଗଠନର ସଭାପତି ଦିଲ୍ଲୀପ ବଢେଇ, ସରଣ୍ଡାମାଲ ପ୍ୟାକ୍ସ ସଭାପତି ବସନ୍ତ ପାଢ଼ୀ, ତିଲିଆ ପ୍ୟାକ୍ସ ସଭାପତି ଭୋନାଥ ବଢେଇ ପ୍ରମୁଖ ସାମିଲ ହୋଇଛନ୍ତି ।

ସଂଗଠନର ଦାବି ମୁତାବକ ତିଲିଆ, ରମ୍ପେଲା, କୁମ୍ଭୀରବନ୍ଧ ଓ ପିପିଲିକାନୀ ପଂଚାୟତର ଚାଷୀଙ୍କୁ ନେଇ ତିଲିଆ ପ୍ରାଥମିକ କୃଷି ସେବା ସମବାୟ ସମିତ(ପ୍ୟାକ୍ସ) ପରିଚାଳିତ । ଚଳିତ ଖରିଫ୍ ଧାନ ବିକ୍ରୟ କରିବାକୁ ୯୯୪ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି । ପଞ୍ଜିକୃତ ଆଧାରରେ ପ୍ୟାକ୍ଟ ପକ୍ଷରୁ ପ୍ରାୟ ୪୫ ହଜାର କ୍ୱିଂଟାଲ ଧାନ ବିକ୍ରୟ ଲକ୍ଷ୍ୟ ରହିଛି । ବର୍ତମାନ ପର୍ଯ୍ୟନ୍ତ ମାତ୍ର ୩୧ ହଜାର ୭୧୦ କ୍ୱିଂଟାଲ ଧାନ କ୍ରୟ କରିବାକୁ ଟାର୍ଗେଟ୍ ଦିଆଯାଇଛି । ଆଉ ଆବଶ୍ୟକ ରହିଛି ପ୍ରାୟ ୧୪ ହଜାର କ୍ୱିଂଟାଲ ଟାର୍ଗେଟ୍ । ଏଥିସହ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବର୍ତମାନ ସୁଦ୍ଧା ୮ ରୁ ୧୦ ଜଣ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଯାଇଛି । ତାର ସମାଧାନ କରା ନଯିବା ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ ଜାରି ରହିବ ବୋଲି ସଂଗଠନର ବରିଷ୍ଠ ସଦସ୍ୟ ଲିଙ୍ଗରାଜ ବଢେଇ, ଅମୁଲ୍ୟ ହୋତା, ସଦାନନ୍ଦ ବଢେଇ, ସୁନୀଲ ସାହୁ, ରାଧେଶ୍ୟାମ ସାହୁ, ଶୁଶଲ ସାହୁ, କମଳ ଲୋଚନ କରାଲି, ରୋହିତ ପଧାନ, ଅଜିତ ବେହେରା, ପ୍ରସାନ୍ତ ସାହୁ, ଚୁଡ଼ାମଣି ଚନେ୍ଦଲ, ନିରଞ୍ଜନ ରାଉତ, ଗୋପାଲ ପଧାନ, ଉମେଶ ନାଏକ, ଶୁଭମ ତ୍ରିପାଠୀ, ରୁଦ୍ରାକ୍ଷ ଭୋଇ, ବଳରାମ ସା ପ୍ରମୁଖ ପ୍ରକାଶ କରିଛନ୍ତି ।