ଜିନ୍ଦଲ୍ ଫାଉଣ୍ଡେସନ୍ ପକ୍ଷରୁ ଚକ୍ଷୁ ଶିବିର: ୨୪୦ ଜଣଙ୍କୁ ମାଗଣା ଚଷମା
ଜିନ୍ଦଲ ଫାଉଣ୍ଡେସନ୍ ପକ୍ଷରୁ ‘ଦୃଷ୍ଟି’ କାର୍ଯ୍ୟକ୍ରମ ଅଧୀନରେ ….
ବଡ଼ବିଲ: ଜିନ୍ଦଲ ଫାଉଣ୍ଡେସନ୍ ପକ୍ଷରୁ ‘ଦୃଷ୍ଟି’ କାର୍ଯ୍ୟକ୍ରମ ଅଧୀନରେ ଏବଂ ଏଲଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ସହଯୋଗରେ ବଡ଼ବିଲ ପେଲେଟ ପ୍ଲାଂଟ୍, ଟେନ୍ସା ମାଇନ୍ସ ଓ କାଶିଆ ମାଇନ୍ସ ଅଂଚଳରେ ଚକ୍ଷୁ ଚିକିସôା ଶିବିର ଆୟୋଜିତ ହୋଇଯାଇଛି । ପେଲେଟ ପ୍ଲାଂଟ୍ ପାର୍ଶ୍ୱବର୍ତୀ ଦେଓଝର ଗ୍ରାମ ପଂଚାୟତରେ ଆୟୋଜିତ ଶିବିରକୁ ପେଲେଟ ପ୍ଲାଂଟ୍ ୟୁନିଟ ହେଡ୍ ସତୀଶ ସିନ୍ଦୁରିଆ ଉଦଘାଟନ କରିଥିଲେ । ସ୍ଥାନୀୟ ଜନପ୍ରତିନିଧି, ଗ୍ରାମବାସୀ ଓ ସିଏସ୍ଆର୍ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିରରେ ୨୧୪ ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ ।
ଟେନସା ମାଇନ୍ସ ଅଂଚଳରେ ଆୟୋଜିତ ଅନ୍ୟ ଏକ ଶିବିରରେ ୧୦୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଥିରେ ସରକାରୀ ଅଧିକାରୀ, ସ୍ଥାନୀୟ ପ୍ରତିନିଧି ଓ ମାଇନ୍ସ ଅଧିକାରୀମାନେ ଉପସ୍ଥିତ ଥିଲେ ।
କାଶିଆ ମାଇନ୍ସରେ ଆୟୋଜିତ ଚକ୍ଷୁ ଚିକିସôା ଶିବିରକୁ ଜିନ୍ଦଲ ଷ୍ଟିଲର ବିକେଟିଆର କ୍ଲଷ୍ଟର ମୁଖ୍ୟ ପ୍ରମୋଦ କୁମାର ପାତ୍ର ଉଦଘାଟନ କରିଥିଲେ । ବଡ଼ବିଲ ଓ ବାସୁଦେବପୁର ଗୋଷ୍ଠୀ ଚିକିସôା କେନ୍ଦ୍ରର ବରିଷ୍ଠ ଅଧିକାରୀ, ଗ୍ରାମବାସୀ, ସିଏସ୍ଆର ଓ ସ୍ୱାସ୍ଥ୍ୟ ସଂଗିନୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିରରେ ୩୪୦ ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୨୪୦ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା । ପାରିପାର୍ଶ୍ୱିକ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେସନ୍ ନିୟମିତ ଭାବେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରୁଛି ।