ନୂଆଦିଲ୍ଲୀ: ଇରାନ ଉପରେ ହମ୍ଲା ପରେ ବାବା ଭେଙ୍ଗା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ବର୍ତମାନର ପରିସ୍ଥିତି ସମାନ ଭବିଷ୍ୟବାଣୀକୁ ଇଙ୍ଗିତ କରୁଛି। ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ, ଯୁଦ୍ଧରେ ପ୍ରମୁଖ ଶକ୍ତି ମୁହାଁମୁହିଁ ହୋଇପାରନ୍ତି।
ଏଥିରେ ୟୁରୋପ ବହୁ କ୍ଷତି ସହିପାରେ। ବାବାଭେଙ୍ଗା ଭବିଷ୍ୟବାଣୀ କରିଥିଲେ, ୨୦୨୬ ମାର୍ଚ୍ଚ-ଏପ୍ରିଲ ମାସରେ ଭୟଙ୍କର ଯୁଦ୍ଧ ହୋଇପାରେ। ଏହି ଯୁଦ୍ଧ ପରେ, ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀକୁ ନେଇ ଦ୍ୱାରା ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ଯେଉଁଥିରେ ସେ କହିଥିଲେ, ରୁଷ ଏବଂ ଆମେରିକା ଭଳି ଶକ୍ତିଶାଳୀ ଦେଶ ଯୁଦ୍ଧରେ ମୁହାଁମୁହିଁ ହୋଇପାରନ୍ତି।
ବାବା ଭେଙ୍ଗା ଦାବି କରିଥିଲେ, ଯୁଦ୍ଧର ସବୁଠାରୁ ଅଧିକ ପ୍ରଭାବ ବିଶ୍ୱର ପଶ୍ଚିମ ଭାଗରେ ପଡ଼ିବ, ୟୁରୋପ ସବୁଠାରୁ ଅଧିକ କ୍ଷତି ସହିବ। ସେ ଦାବି କରିଥିଲେ, ଏହି ଧ୍ୱଂସ ୟୁରୋପର ଭୂମିକୁ ଧ୍ୱଂସ କରିଦେବ। ସେ ଏହା ମଧ୍ୟ ଭବିଷ୍ୟବାଣୀ କରିଥିଲେ ଯେ, ରୁଷ ଏକ ପ୍ରମୁଖ ବିଶ୍ୱ ଶକ୍ତି ଭାବରେ ଉଭା ହେବ। ଏହି ସମୟରେ, ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଦ୍ୱାରା ୨୦୨୬ ବର୍ଷ ପାଇଁ କରାଯାଇଥିବା ଏକ ଭବିଷ୍ୟବାଣୀ ପୁଣିଥରେ ଚର୍ଚ୍ଚାକୁ ଆସିଛି।
ସେ ଆକଳନ କରିଥିଲେ ଯେ, ୨୦୨୬ ମସିହାରେ ପୂର୍ବ ଅଂଚଳରେ ଏକ ବଡ଼ ଯୁଦ୍ଧ ହୋଇପାରେ, ଯାହା ଧୀରେ ଧୀରେ ସମଗ୍ର ବିଶ୍ୱକୁ ଗ୍ରାସ କରିବ।