କାକଟପୁର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଦୁଇ ଗିରଫ, ୨୪ ଘଣ୍ଟା ମଧ୍ୟରେ ନିଖୋଜ ମହିଳା ଉଦ୍ଧାର By Abhilas On Mar 6, 2026 0 କାକଟପୁର,(ଅଦ୍ୱୈତ ଭାରତ): ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳରେ ପୋଲିସର ତତ୍ପରତା ଦେଖିବାକୁ ମିଳିଛି। ପୃଥକ ପୃଥକ ଘଟଣାରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଅନ୍ୟ ଏକ ଗୋଷ୍ଠୀ ସଂଘର୍ଷ ମାମଲାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଜଣେ ନିଖୋଜ ମହିଳାଙ୍କୁ ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କରି ପୋଲିସ ଏକ ବଡ଼ ସଫଳତା ପାଇଛି। ଆହୁରି ପଢ଼ନ୍ତୁ... ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି… Jun 13, 2026 ଅନ୍ତର୍ଜାତୀୟ ରଜ ଉସ୍ତବ ପାଳନ… Jun 13, 2026 ଭାରତ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା… Jun 13, 2026 ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା… Jun 13, 2026 କାକଟପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ ସାହୁ ଙ୍କ ସୂଚନା ମୁତାବକ ଗତ ୪ ତାରିଖ ହୋଲି ଉତ୍ସବ ସମୟରେ ବଲରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଗ୍ରାମର ରାକେଶ ଭୋଇ (୨୭) ସେହି ଗ୍ରାମର କୃଷ୍ଣ କାନ୍ଦିଙ୍କୁ ପଥରରେ ମାରାତ୍ମକ ଆକ୍ରମଣ କରିଥିଲେ। ଏଥିରେ କୃଷ୍ଣଙ୍କ ମୁଣ୍ଡ ଓ ନାକରେ ଗଭୀର ଆଘାତ ଲାଗି ରକ୍ତ ଜୁଡ଼ୁବୁଡ଼ୁ ହୋଇଥିଲେ। ଏ ନେଇ କୃଷ୍ଣଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା କାନ୍ଦିଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍ ନଂ-୧୦୨/୨୦୨୬ ରୁଜୁ କରିଥିଲା। ତଦନ୍ତକାରୀ ଅଧିକାରୀ ଏସ୍.ଆଇ ଅମିତ ପାଢ଼ୀ ଅଭିଯୁକ୍ତ ରାକେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ଏକ ଘଟଣାରେ କଣିହା ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ ଓ ମାଡ଼ ମାରିବା ଅଭିଯୋଗରେ ସୁମନ୍ତ କୁମାର ନାୟକ (୪୦)ଙ୍କୁ ପୋଲିସ ଗିରଫ କରିଛି। ଗତକାଲି ସୁମନ୍ତ ସମ୍ପୃକ୍ତ ମହିଳାଙ୍କ ଶାଳୀନତା ହାନି କରିବା ସହ ତାଙ୍କୁ ଓ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ବାଉଁଶ ବାଡ଼ିରେ ଆକ୍ରମଣ କରିଥିଲେ। ଫଳରେ ଉଭୟଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଥିଲା। ଏନେଇ ଏଏସଆଇ ପ୍ରମୋଦ କୁମାର ହାତୀ ତଦନ୍ତ କରି କେସ୍ ନଂ-୧୦୩/୨୦୨୬ ମୂଳେ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି। ସେହିପରି କାକଟପୁର ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ବୟସ୍କା ମହିଳାଙ୍କୁ ପୋଲିସ ତୁରନ୍ତ ପଦକ୍ଷେପ ନେଇ ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଥାନା ଅଞ୍ଚଳରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ନିଖୋଜ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ମହିଳାଙ୍କୁ ଉଦ୍ଧାର କରାଯାଇ ତାଙ୍କ ପରିବାର ସହ ମିଶାଇ ଦିଆଯାଇଛି। ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ପ୍ରଶଂସା କରିଛନ୍ତି। Continue Reading #statenewsodisha newsshaksinews 0 Share