ଗ୍ୟାସ ଦରବୃଦ୍ଧିକୁ ମହିଳା କଂଗ୍ରେସର ପ୍ରତିବାଦ

ଗ୍ୟାସ ଦରବୃଦ୍ଧିକୁ ତୀବ୍ର ପ୍ରତିବାଦ କରି …..

ଭୁବନେଶ୍ୱର: ଗ୍ୟାସ ଦରବୃଦ୍ଧିକୁ ତୀବ୍ର ପ୍ରତିବାଦ କରି ମହିଳା କଂଗ୍ରେସ ଶନିବାର ରାଜରାସ୍ତାକୁ ଓହ୍ଲାଇଛି । ବିଜେଡି ରାଜ୍ୟସଭା ସାଂସଦ ସୁଲଦା ଦେଓ ଅସନ୍ତୋଷ ଜାହିର କରିଛନ୍ତି । ଗ୍ୟାସ ଦର ନ କମିଲେ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ହାଣ୍ଡିଶାଳରେ ମହଙ୍ଗା ମାଡ଼ ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛି ମହିଳା କଂଗ୍ରେସ । ରାଜରାସ୍ତାରେ କାଠଚୁଲିରେ ରୋଷେଇ କରି ପ୍ରତିବାଦ ପ୍ରଦର୍ଶନ କରିଛି । ମାଷ୍ଟର କ୍ୟାଂଟିନଠାରେ ମହିଳା କଂଗ୍ରେସ ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ମୁଣ୍ଡରେ ଧରି ପ୍ରତିବାଦ କରିଛି । ଏପରିକି ରାସ୍ତା ଉପରେ ମାଟି ହାଣ୍ଡିରେ ରୋଷେଇ କରିଥିଲେ ମହିଳାମାନେ ।

ବିକ୍ଷୋଭ ପ୍ରଦର୍ଶନକାରୀମାନେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହର୍ଦିପ ସିଂଙ୍କ ଇସ୍ତଫା ଦାବି କରିଥିଲେ ଓ ତାଙ୍କର କୁଶ ପୁତଳିକା ଦାହ କରିଥିଲେ । ଗ୍ୟାସ ଦର ଯଦି କମା ନଗଲେ ଆଗାମୀ ଦିନରେ କଂଗ୍ରେସ ଜୋରଦାର ପ୍ରତିବାଦ କରିବ ବୋଲି ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି କହିଛନ୍ତି ।

ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି; ଏହି କଠିନ ସମୟରେ ସରକାର ସବସିଡି ଦେବା ଉଚିତ୍ । ଗ୍ୟାସ ସବ୍ସିଡି କାହିଁକି ବନ୍ଦ କରି ଦେଇଛନ୍ତି ସରକାର । କ୍ରୁଡ ଅଏଲ ଦର କମିଥିବା ବେଳେ ଗ୍ୟାସ୍ ଦର କାହିଁକି କମିଲା ନାହିଁ? ଦର ବୃଦ୍ଧି ହେଲେ ସାଧାରଣ ଲୋକେ ଚଳିବେ କେମିତି? ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ । ଗ୍ୟାସ ଦର ବୃଦ୍ଧି ହେଲେ ସବୁ ଦର ବଢ଼ିବ ।