ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର, ଅଭିଯୁକ୍ତ ଶିକ୍ଷକଙ୍କୁ କୋର୍ଟଚାଲାଣ
ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ ଓ ଅସଦାଚରଣ ଅଭିଯୋଗରେ ….
ରାସଗୋବିନ୍ଦପୁର: ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ ଓ ଅସଦାଚରଣ ଅଭିଯୋଗରେ ରସିକିଆ ହିନ୍ଦୀ ମାଷ୍ଟରଙ୍କୁ ବାନ୍ଧିଲା ରାସଗୋବିନ୍ଦପୁର ପୁଲିସ । ଏଥିସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପିଅନକୁ ତଦନ୍ତ ପରିସରଭୁକ୍ତ କରି ପୁଲିସ ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ, ରାସଗୋବିନ୍ଦପୁର ଥାନା ଅଧୀନ ଝାଡ଼ିଅପଡ଼ା ପଂଚାୟତର ଏକ ବିଦ୍ୟାଳୟର ଜଣେ ଛାତ୍ରୀ ଅସଦାଚରଣର ଶିକାର ହୋଇଥିବାର ଅଭିଯୋଗ କରାଯାଇଥିଲା । ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଅଭିଯୁକ୍ତ ହିନ୍ଦୀ ଶିକ୍ଷକ ସୁବାସ ଚାନ୍ଦଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପ୍ରଧାନ ଶିକ୍ଷକ ସୁକୁଦେବ ହାଁସଦା ଓ ପିଅନ ଶିବଶଙ୍କର ଗିରିଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି । ପୀଡ଼ିତାଙ୍କୁ ପ୍ରଥମେ ଉଡଉ ଏବଂ ପରେ କୋର୍ଟରେ ବୟାନ ଦେବାକୁ ପଡ଼ିଛି ।