ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇରାନ-ଇସ୍ରାଏଲ-ଆମେରିକା ଲଢ଼େଇର ପ୍ରଭାବ ଭାରତରେ ପଡ଼ିଛି ବୋଲି ବୁଝିବାକୁ ହେବ । ଇରାନ ହର୍ମୁଜ ବାଟ ବନ୍ଦ କରିଛି, ଫଳରେ ଦରିଆପାରି ରାଇଜରୁ କିଣା ଯାଇଥିବା ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଛି । ଭାରତରେ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି ।
ଅନେକ ରାଜ୍ୟରେ ଏଲ୍ପିଜି ସିଲିଣ୍ଡର ମହଙ୍ଗା ହୋଇଯାଇଛି । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ, ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୫୩ ରୁ ୯୧୩ ବୃଦ୍ଧି ପାଇଛି ।
ସୂତ୍ର ଅନୁସାରେ, ନୂତନ ଦର ୭ ମାର୍ଚ୍ଚରୁ କାର୍ଯ୍ୟକାରୀ ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଛି, ଯାହା ୭ ମାର୍ଚ୍ଚରୁ କାର୍ଯ୍ୟକାରୀ ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତମାନ ୧୮୮୩ ଟଙ୍କାରେ ପହଂଚିଛି । ମୁମ୍ବାଇରେ ବାଣିଜି୍ୟକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୮୩୫ ଟଙ୍କା ହୋଇଛି । ସିଲିଣ୍ଡର ମୂଲ୍ୟ ବୃଦ୍ଧି ଯୋଗୁ ଉପଭୋକ୍ତା ମହଲରେ ଆତଙ୍କ ସୃଷ୍ଟି ହୋଇଛି ।