ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କେନ୍ଦ୍ରାପଡ଼ା ଜଳସେଚନ …..

କଟକ: ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତଦନ୍ତ ସମୟରେ ପ୍ରମୋଦ ରାୟଙ୍କ ପାଖରୁ କୋଟି କୋଟି ଟଙ୍କାର ସମ୍ପତି ମିଳିଥିବା ବେଳେ ସେ ଏହାର ସନ୍ତୋଷଜନକ ଉତର ଦେଇପାରି ନଥିଲେ । ଚଢାଉ ସମୟରେ ତାଙ୍କର ଭୁବନେଶ୍ୱରରେ ପ୍ରାୟ ୮୦୦୦ ବର୍ଗଫୁଟର ଏକ ଚାରି ମହଲା ଘର ଏବଂ ଚୌଦ୍ୱାରରେ ୫୨୦୦ ବର୍ଗଫୁଟର ଏକ ଦୁଇ ମହଲା କୋଠା ଠାବ କରାଯାଇଛି ।

ଏହା ସହିତ ଭୁବନେଶ୍ୱର ଓ ଚୌଦ୍ୱାରରେ ଦୁଇଟି ଦାମୀ ପ୍ଲଟ୍, ନଗଦ ୪.୪୮ ଲକ୍ଷ ଟଙ୍କା ଏବଂ ପ୍ରାୟ ୩୯.୨୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମଧ୍ୟ ଜବତ ହୋଇଛି । ଏହି ସମସ୍ତ ସମ୍ପତି ତାଙ୍କର ଆୟଠାରୁ ଯଥେଷ୍ଟ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ପ୍ରମୋଦ ରାୟ ୧୯୮୮ ମସିହାରେ ମାତ୍ର ୧୫୦୦ ଟଙ୍କା ଦରମାରେ ଜଣେ ଜୁନିୟର ଇଞ୍ଜିନିୟର ଭାବେ ଚାକିରି ଆରମ୍ଭ କରିଥିବା ବେଳେ କିଭଳି ଏତେ ପରିମାଣର ସମ୍ପତି ଠୁଳ କଲେ, ସେ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି ।

ଗିରଫ ଯନ୍ତ୍ରୀ ନିଜ ଆୟଠାରୁ ୧୨୯ ପ୍ରତିଶତ ସମ୍ପତି ଠୁଳ କରିଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି କଟକ ଭିଜିଲାନ୍ସ ଏସ୍ପି ।ସବୁଠାରୁ ରୋଚକ ଘଟଣା ହେଉଛି, କ୍ଷମତାକୁ ଆସିବା ପରଠାରୁ ବିଜେପି ସରକାର କେବଳ ସରକାରୀ ଅଧିକାରୀଙ୍କ ଉପରେ ଚଢ଼ଉ କରୁଛି । ମାତ୍ର କୌଣସି ରାଜନେତାଙ୍କ ଘରବାଡ଼ି ଉପରେ ଚଢ଼ଉ କରୁନି ।