ଜଳେଶ୍ବର ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ ଶିବିର; ମୋଟ ୧୫୬ ଟି ଅଭିଯୋଗ ଗ୍ରହଣ।

ଜଳେଶ୍ବର,୯/୩-(ନିପ୍ର): ଜଳେଶ୍ୱର ବ୍ଳକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ ଶିବିର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନ ଦଶ ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଛି। ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ହେମନ୍ତ ସିଂ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଭାତ କୁମାର ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ସଞ୍ଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ହୋଇ ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜଳେଶ୍ୱର ବିଡିଓ ଗୌରାଙ୍ଗ ଚରଣ ଘୋଷ, ତହସିଲଦାର ସତ୍ୟଜିତ ମହାନ୍ତି, ଅତିରିକ୍ତ ତହସିଲଦାର ଚକ୍ରଧର ମଲ୍ଲିକ, ଜଳେଶ୍ଵର ପୌରନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂଙ୍କ ପ୍ରତ୍ୟକ୍ଷ ସହଯୋଗରେ ଜଳେଶ୍ବର ଏସଡିପିଓ ସୁବ୍ରତ କୁମାର ବେହେରା, ଆଇଆଇସି ଅଶୋକ କୁମାର ବାରିକ, ଡିଇଓ ବସନ୍ତ ନାୟକ, ବିଇଓ ଜଗବନ୍ଧୁ ଜେନା, ଟାଟା ପାୱାର ଏସଡିଓ ବିଦ୍ୟାଧର ପଣ୍ଡା, ଆର ଡବ୍ଲୁ ଏସଏସ ଏସଡିଓ ଶେଷନାଗ ପ୍ରଧାନ,

ଇରିଗେଶନ ଏସଡିଅ ପ୍ରିୟବ୍ରତ ସିଂ, ବ୍ଳକ ଯୋଗାଣ ଅଧିକାରିଣୀ ଅବନ୍ତିକା ସାହୁ, ଏସଏଲଆର ଓ ଗ୍ରୀଭେନ୍ସ ଅଧିକାରୀ ଅମ୍ଳାନ ନାୟକ, ଡିଏସଡବ୍ଲ୍ୟୁ ଜ୍ୟୋତ୍ସ୍ନା ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରିଣୀ ସ୍ମିତା ନାୟକ, ଜିଲ୍ଲା ସାମାଜିକ ଅଧିକାରିଣୀ ପ୍ରତିଭା ବେହେରା, ଜିଲ୍ଲା ମଙ୍ଗଳ ଅଧିକାରିଣୀ ବିଦ୍ୟୁତଲତା ମହାପାତ୍ର, ଡିଆରସିସି ସରୋଜିନି ନାୟକ, ଜଳେଶ୍ୱର ସିଡିପିଓ ମିନତି ସିଂ, ଡ୍ରେନେଜ ବିଭାଗର ଅଧିକ୍ଷକ ଯନ୍ତ୍ରୀ ବିକ୍ରମ କେଶରୀ ମଲ୍ଲିକ, ଉଦ୍ୟାନ ବିଭାଗ ଅଧିକାରିଣୀ ସୌମ୍ୟା ରଥ ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ।ଅଭିଯୋଗ ମଧ୍ୟରେ ବିଶେଷ କରି ରାସ୍ତା, ପିଇବା ପାଣି, ମଧୁବାବୁ ପେନସନ ଯୋଜନା, ସ୍ୱାସ୍ଥ୍ୟ,. ଶିକ୍ଷା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ଶ୍ରମିକ କାର୍ଡ, ଘରବାରୀ ପଟ୍ଟା, ରାସନ୍ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଧାନମଣ୍ଡି, ବାଲି ଓ ମାଟି ଓ ମୋରମ ଚୋରାଚାଲାଣ ବସୁଧା ଯୋଜନାରେ ପାଣି ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ହୋଇଥିଲା।

ଶିବିରରେ ମୋଟ ୧୫୬ ଟି ଅଭିଯୋଗ ଆସିଥିଲା।ବ୍ଲକର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ସାହୁ, ଭାରପ୍ରାପ୍ତ ବ୍ଳକ ସମାଜ ମଙ୍ଗଳ ଅଧିକାରୀ ତଥା ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ବିକ୍ରମ ଜେନା, ବ୍ଲକ ଜୀବିକା ମିଶନ ପ୍ରକଳ୍ପ ଅଧିକାରୀ ନିରଞ୍ଜନ ନାୟକ, ମିଶନ ଶକ୍ତି ବ୍ଳକ ସଂଯୋଜକ ସନ୍ତୋଷ କୁମାର ପାତ୍ର, ସିପି ସୁଜିତ କୁମାର ଜେନା ଓ ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।ତେବେ ଉକ୍ତ ଶିବିରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଉପସ୍ଥିତ ନ ଥିବାରୁ ଅଭିଯୋଗକାରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ।