ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ବାଲି ମାଫିଆଙ୍କ ୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ବିଜେପି ନେତା ଓ କର୍ମୀଙ୍କ ପ୍ରୋତ୍ସାହନରେ ଏହା ଚାଲିଛି ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୁରୀ ଜିଲ୍ଲାର ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ବିଧାୟକ ରୁଦ୍ର ପ୍ରସାଦ ମହାରଥୀ ଓ ଛାତ୍ର ବିଜେଡିର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ଲଘୁ ଖଣିଜ ସମ୍ପଦର ବ୍ୟାପକ ଲୁଟ୍ ଚାଲିଥିବା ଅଭିଯୋଗ କରିଥିଲେ।
ଶ୍ରୀ ମହାରଥୀ କହିଥିଲେ, ରାଜ୍ୟରେ ବାଲି ମାଫିଆଙ୍କ ୌରାତ୍ମ୍ୟ ବୃଦ୍ଧି ପାଉଥିବା ଖବର ପ୍ରତିଦିନ ଖବର କାଗଜରେ ଶିରୋନାମା ପାଲଟୁଛି। ବିଜେପି ନେତା ଓ କର୍ମୀଙ୍କ ପ୍ରୋତ୍ସାହନରେ ଏହି କାର୍ଯ୍ୟ ଚାଲୁଥିବା ବେଳେ ସରକାରୀ ଅଧିକାରୀ ମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ସାମ୍ୱାଦିକ ମାନଙ୍କୁ ବାଲି ଉଠୁଥିବା ସ୍ଥାନକୁ ଆସିଲେ ତାଙ୍କ କ୍ୟାମେରା ଭାଙ୍ଗିଦେବା ସହିତ ପରିଣାମ ଭୟଙ୍କର ହେବ ବୋଲି କହିଛନ୍ତି। ଭିଡିଓ ଭାଇରାଲ ବ୍ୟକ୍ତି ଜଣଙ୍କ ଫଟୋ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ସହିତ ରହିଛି। ତେଣୁ ବାଲି ଚୋରି କାରବାରରେ ବିଜେପି ନେତାଙ୍କ ସମ୍ପୃକ୍ତି ସ୍ପଷ୍ଟ ହେଉଛି।
ଅପରପକ୍ଷରେ ଏହିପରି ଏକ ବାଲି ଚୋରି ଚାଲିଥିବା ଖବର ପାଇ ପୁରୀ ଜିଲ୍ଲା ଖଣି ଅଧିକାରୀ ସମୀର କୁମାର ମିଶ୍ର ଓ ପୋଲିସ ଅଧିକାରୀଙ୍କ ସହିତ ମାର୍ଚ୍ଚ ୧୦ ତାରିଖର ବିଳମ୍ୱିତ ରାତିରେ ଘଟଣାସ୍ଥଳକୁ ଯାଉଥିବା ସମୟରେ ତାଙ୍କ ଗାଡିକୁ ଅଟକାଯାଇ ଗାଡି ଓ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଶ୍ରୀ ମିଶ୍ର ପିପିଲି ଥାନାରେ ଏଫଆଇଆର ଦାଖଲ କରିଥିଲେ। ଏଫଆଇଆର ଦାଖଲ ହେବାର ୪୦ ଘଂଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି ଯେ, ଯେଉଁଠି ସରକାରୀ ଅଧିକାରୀ ସୁରକ୍ଷିତ ନାହାନ୍ତି, ସେଠି ସାଧାରଣ ଲୋକଙ୍କୁ ସରକାର କି ସୁରକ୍ଷା ଦେବେ ବୋଲି ଶ୍ରୀ ମହାରଥୀ ପ୍ରଶ୍ନ କରିଥିଲେ। ପୂର୍ବତନ ବିଧାୟକ ତଥା ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ କହିଥିଲେ, ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ସମଗ୍ର ପୁରୀ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ବାଲି, ମୋରମ ଇତ୍ୟାଦି ଲଘୁ ଖଣିଜ ସମ୍ପଦର ଲୁଟ୍ ଚାଲିଛି।
ବିଜେପି ନେତାଙ୍କ ସହଭାଗିତାରେ ଏହି ଲୁଟ୍ ଚାଲିଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହୁଥିଲେ ମଧ୍ୟ ତାଙ୍କ କଥା କେବଳ କଥାରେ ରହୁଛି। ଛାତ୍ର ବିଜେଡିର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ବାଲି ଚୋରି ହେଉଛି, ନଦୀ ଗୁଡିକର ଦିଗ ପରିବର୍ତନ ହେଉଛି, କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଘୋଡା ବେପାରରେ ଲାଗିଛନ୍ତି ସରକାର। ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ବାଲି ଚୋରି କାରଣରୁ ନିରୀହ ସାମ୍ୱାଦିକାଙ୍କ ମୃତ୍ୟୁ ହେଲା। ଏହାପରେ ବାଲି ନେଇ ଯାଉଥିବା ଏକ ହାଇୱା ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହେଲା। ବିଜେପି ନେତାଙ୍କ ଭାଗିଦାରୀରେ ଏହି ଲୁଟ୍ ଚାଲିଛ।