ନକଲି ପୁଲିସକୁ ଧରିଲା ଅସଲି : ଖାକି ପୋଷାକ ପିନ୍ଧି କରୁଥିଲା ଦାଦାଗିରି

ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ….

ରେଙ୍ଗାଲକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଡେମ୍‌ ବଡ଼ମାଳ ଅଂଚଳରେ ଖାକି ପୋଷାକ ପିନ୍ଧି ଜଣେ ଯୁବକ ନିଜକୁ ପୁଲିସ ପରିଚୟ ଦେଇ ଭ୍ରମଣ କରିବାକୁ ଆସୁଥିବା ପର୍ଯ୍ୟଟକ ତଥା ଲୋକମାନଙ୍କୁ ଧମକ ଚମକ୍‌ ମାଡ ପିଟ କରି ଟଙ୍କା ଅସୁଲ କରୁଥିଲା। ଏଭଳି ଖବର ପାଇ ଅତାବିରା ପୁଲିସ ନକଲି ପୁଲିସକୁ କାବୁ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ଅଭିଯୁକ୍ତ ନକଲି ପୁଲିସର ଘର ବରଗଡ଼ ଘୁଲିପାଲି ହୋଇଥିବା ବେଳେ ତା’ ନାମ ଚନ୍ଦନ ବେହେରା ଓରଫ (ବିକ୍ରମ-୩୧ ବର୍ଷ) ଜଣାପଡିଛି।

ପୁଲିସ ନିକଟରୁ ମିଳିଥିବା ସୂଚନା କ୍ରମେ ସିଲେଟ ପଂଚାୟତ ବଡ଼ମାଲ୍‌ ଗ୍ରାମର ରେଙ୍ଗାଲି ଗାଜୁପଡ଼ା ଦିବ୍ୟ କିଶୋର ଧାରୁଆ, ଚିତରଂଜନ ବାଗ, ଅଜିତ୍‌ ଖଡିଆ, ସୁକାନ୍ତ ଖଡ଼ିଆ ଓ ଯୋଖିପାଲିର ଅରୁଣ ଖାଡ଼ିଆଙ୍କୁ ଗତ ୧୩ ତାରିଖ ସନ୍ଧ୍ୟା ୪ଟା ରେ ମାଡପିଟ କରି ଧମକ ଚମକ୍‌ ଦେବା ସହ ବେଶି କଥାବାର୍ତା କରିବ ଯଦି ଆମ ବୁର୍ଲା ଥାନାକୁ ଚାଲ ମୋର୍‌ ଅସଲି ରୂପ ଦେଖିବ କହିଥିଲା। ଏହି ଖବରକୁ ନେଇ ସିଧାସଳଖ ନକଲି ପୁଲିସ ବାବୁଙ୍କୁ ‘ଚାଲ ତୋର ବୁର୍ଲା ଥାନାକୁ ଯିବା’ କହି ପିଲା ମାନେ ରାଜି ହୋଇ ପହଂଚିଥିଲେ।

କିନ୍ତୁ ସେଠି ନକଲି ପୁଲିସଙ୍କର ଦେଖା ନଥିଲା। ଏହି ନକଲି ପୁଲିସବାବୁଙ୍କ ଫଟୋକୁ ନେଇ ବୁର୍ଲା ଥାନା, ଗୋଶାଳା ଫାଣ୍ଡି ଓ ସ୍ଥାନୀୟ ଅଂଚଳରେ ଲୋକଙ୍କୁ ସଚେତନ କରିବା ପାଇଁ ଭାଇରାଲ କରାଯାଇଥିଲା। ଯାହା ସୋମବାର ମଧ୍ୟାହ୍ନ ୨ଟା ସମୟରେ ନକଲି ପୁଲିସ ବାବୁଙ୍କୁ ଧରିବା ପାଇଁ ଲୋକେ ଅଂଟା ଭିଡ଼ିଥିଲେ। ଅତାବିରା ପୁଲିସକୁ ଖବର ଦେଇଥିଲେ।