ଓଡ଼ିଶା ଖଣି ନିଗମ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ଉତ୍ପାଦନ

ଓଡ଼ିଶା ଖଣି ନିଗମ (ଙଗଉ)୨୦୨୫-୨୬ ଆର୍ଥିକ ବର୍ଷରେ ….

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଙଗଉ)୨୦୨୫-୨୬ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି, ଯେଉଁଠାରେ ସମୁଦାୟ ୪୪.୮୨ ମିଲିଅନ୍‌ ଟନ୍‌ ଖଣିଜ ଉତ୍ପାଦନ ସହିତ,ସର୍ବାଧିକ ଉତ୍ପାଦନର ରେକର୍ଡ ସୃଷ୍ଟି ହୋଇଛି। ଏହି ଆର୍ଥିକ ବର୍ଷରେ ଲୌହ ଧାତୁ ଉତ୍ପାଦନ ୪୦.୦୨ ମିଲିଅନ୍‌ ଟନ୍‌ ହୋଇଥିବା ବେଳେ ପୂର୍ବବର୍ଷ ତୁଳନାରେ ୧୨.୦୬% ବୃଦ୍ଧି ପାଇଛି। ଏହି ବର୍ଷରେ କ୍ରୋମ ଧାତୁ ଉତ୍ପାଦନ ୧.୬୯ ମିଲିଅନ୍‌ ଟନ୍‌ ଓ ବକ୍ସାଇଟ୍‌ ଉତ୍ପାଦନ ୨.୮୩ ମିଲିଅନ୍‌ ଟନରେ ପହଂଚିଛି। ଉନ୍ନତ କାର୍ଯ୍ୟପ୍ରଣାଳୀ, ଉତମ ସମନ୍ୱୟ ଏବଂ ଲକ୍ଷ୍ୟ କୈନ୍ଦ୍ରୀକ କାର୍ଯ୍ୟ ସମ୍ପାଦନ ଦ୍ୱାରା ଖଣିଗୁଡ଼ିକ ନିଜର ଉତ୍ପାଦନର ଲକ୍ଷ୍ୟ ହାସଲ କରିପାରିଛନ୍ତି।

୨୦୨୫–୨୬ ଆର୍ଥିକ ବର୍ଷରେ ସମୁଦାୟ ଖଣିଜ ବିକ୍ରୟ ୪୨.୫୨୪ ମିଲିଅନ୍‌ ଟନ୍‌ ହୋଇଥିବାରୁ ନିଗମ ପ୍ରାୟ ୨୫,୩୦୦ କୋଟି ସର୍ବାଧିକ ଆୟ ଅର୍ଜନ କରିଛି। ଏହାଦ୍ୱାରା ରାଜ୍ୟରେ ଶିଳ୍ପ ଇକୋସିଷ୍ଟମ ଗଠନ ଏବଂ ରାଜ୍ୟ ଓ ଦେଶର ଆର୍ଥିକ ଉନ୍ନତିକୁ ଗତିଶୀଳ କରିବାରେ ନିଗମର ପ୍ରୟାସ ସଫଳ ହେଉଛି।
ଙଗଉ ସର୍ବଦା ବୈଜ୍ଞାନିକ ପଦ୍ଧତି ଏବଂ ଦୀର୍ଘସ୍ଥାୟୀ ଖଣିଜ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେଇଆସୁଛି। ପରିବେଶ ପରିଚାଳନା, ଧୂଳି ନିୟନ୍ତ୍ରଣ ବ୍ୟବସ୍ଥା, ବୃକ୍ଷରୋପଣ, ଜଳ ସଂରକ୍ଷଣ ଏବଂ ଆଧୁନିକ ଓଞ-ଆଧାରିତ ପ୍ରଯୁକ୍ତିର ପ୍ରୟୋଗ ଦ୍ୱାରା ସୁରକ୍ଷିତ ଓ କାର୍ଯ୍ୟକ୍ଷମ ଖଣିକାର୍ଯ୍ୟ କରାଯାଉଛି।

ନିଜର ଉଝଜ କାର୍ଯ୍ୟକ୍ରମ ମାଧ୍ୟମରେ ଙଗଉ ଖଣି ଅଂଚଳର ସମୁଦାୟ ଉନ୍ନତି ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ପରିଷ୍କାର ପରିଛନ୍ନତା, ଜୀବିକା ସୃଷ୍ଟି, କୌଶଳ ବିକାଶ ଏବଂ ଗ୍ରାମୀଣ ଭିତିଭୂମି ପାଇଁ ପଦକ୍ଷେପ ନେଇଆସୁଛି। ଏହାଦ୍ୱାରା ଖଣି ଅଂଚଳର ସମାବେଶୀ ଉନ୍ନତିକୁ ସୁନିଶ୍ଚିତ ହୋଇପାରୁଛି।
ଏହି ସଫଳତା ଖଣି ଓ ବିଭିନ୍ନ ଅଂଚଳର କର୍ମଚାରୀମାନଙ୍କର ମିଳିତ ପ୍ରୟାସ, ସହାୟକ ବିଭାଗମାନଙ୍କର ଭୂମିକା ଏବଂ ବରିଷ୍ଠ ଅଧିକାରୀମାନଙ୍କ ଉତମ ପରିଚାଳନାର ସୁଫଳ।