ଭାରତର ସ୍ୱିଜର୍ଲାଣ୍ଡ
ଖରାଦିନରେ ବୁଲିବାକୁ ଗଲେ ପାଇବେ ଭରପୁର ମଜା
ଖରାଦିନ ଆସିଲେ, ସମସ୍ତେ ଥଣ୍ଡା ଏବଂ ସୁନ୍ଦର ସ୍ଥାନକୁ ବୁଲିବାକୁ ….
ଖରାଦିନ ଆସିଲେ, ସମସ୍ତେ ଥଣ୍ଡା ଏବଂ ସୁନ୍ଦର ସ୍ଥାନକୁ ବୁଲିବାକୁ ଆଗ୍ରହ ପ୍ରକାଶ କରନ୍ତି।ଲୋକମାନେ ଏପରି ସ୍ଥାନ ଖୋଜନ୍ତି ଯାହା ଶାନ୍ତି, ଥଣ୍ଡା ପାଗ ଏବଂ ପ୍ରାକୃତିକ ଶାନ୍ତି ପ୍ରଦାନ କରେ।ଯଦି ଆପଣ ଏହି ଗ୍ରୀଷ୍ମ ଋତୁରେ ଏକ ଅନନ୍ୟ ଏବଂ କମ୍ ଭିଡ଼ ଥିବା ହିଲ୍ ଷ୍ଟେସନ୍ ଖୋଜୁଛନ୍ତି।ତେବେ ଭାରତରେ ଏପରି ଏକ ସ୍ଥାନ ଅଛି ଯାହା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଏଠାରେ ପହଂଚିବା ପରେ ଆପଣଙ୍କୁ ଏପରି ଅନୁଭବ ହେବ ଯେପରି ଆପଣ ସ୍ୱିଜରଲ୍ୟାଣ୍ଡ ଭଳି ଏକ ବିଦେଶୀ ସ୍ଥାନରେ ପହଂଚିଛନ୍ତି।

ଆମେ ଯେଉଁ ସ୍ଥାନ ବିଷୟରେ କହୁଛୁ ତାହା ହେଉଛି ଖଜ୍ଜିଆର।ହିମାଚଳ ପ୍ରଦେଶର ଡଲହୌଜି ନିକଟରେ ଅବସ୍ଥିତ ଏକ ସୁନ୍ଦର ହିଲ୍ ଷ୍ଟେସନ୍। ଏହା ‘ଭାରତର ସ୍ୱିଜରଲାଣ୍ଡ’ ଭାବରେ ମଧ୍ୟ ଜଣାଶୁଣା। କାରଣ ଏହାର ସବୁଜ କ୍ଷେତ୍ର, ଘନ ପାଇନ୍ ଜଙ୍ଗଲ ଏବଂ ବରଫ ଆଚ୍ଛାଦିତ ପର୍ବତଗୁଡ଼ିକ ସ୍ୱିଜରଲ୍ୟାଣ୍ଡର ଦୃଶ୍ୟ ମନେ ପକାଇଥାଏ।ଯଦି ଆପଣ ବିଦେଶ ଭ୍ରମଣ କରିବାର ସ୍ୱପ୍ନ ଦେଖୁଛନ୍ତି କିନ୍ତୁ ସମୟ ଏବଂ ବଜେଟ୍ ଅଭାବ ରହିଛି। ତେବେ ଆପଣ ଖଜ୍ଜିଆର ଭ୍ରମଣରେ ଯାଇପାରିବେ।ଏଠାରେ ଆପଣ ପାରାଗ୍ଲାଇଡିଂ, ଜୋରବିଂ ଏବଂ ଘୋଡା ଚାଳନା ଭଳି ଦୁଃସାହସିକ କାର୍ଯ୍ୟକଳାପର ମଜା ନେଇପାରିବେ।