ପିଲାଙ୍କୁ ପଠାଉଛନ୍ତି କି ଜିମ୍
ଉପଯୁକ୍ତ ସୂଚନା ବିନା କମ୍ ବୟସରେ ବ୍ୟାୟାମ କରିବା ଶରୀରର ପ୍ରାକୃତିକ ବିକାଶକୁ ପ୍ରଭାବିତ କରିପାରେ, ଗମ୍ଭୀର ସମସ୍ୟାର ଆଶଙ୍କା ବୃଦ୍ଧି କରିପାରେ। ତେଣୁ ସଠିକ୍ ସମୟରେ ଫିଟନେସ୍ ଆରମ୍ଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।
ଆଜିକାଲି ଅନେକ ଯୁବକ ଏବଂ କିଶୋର ଫିଟ୍ ଦେଖାଯିବା ପାଇଁ ଜିମ୍ରେ ଯୋଗ ଦିଅନ୍ତି। କିଛି ଲୋକ ବହୁତ୍ କମ୍ ବୟସରେ ମଧ୍ୟ ନିଜ ନିଜ ପିଲା ମାନଙ୍କୁ ଜିମ୍ ପଠାନ୍ତି।
ଆସନ୍ତୁ ଜାଣିବା ଏହା କେତେ ଦୂର ଠିକ୍।

ଉପଯୁକ୍ତ ସୂଚନା ବିନା କମ୍ ବୟସରେ ବ୍ୟାୟାମ କରିବା ଶରୀରର ପ୍ରାକୃତିକ ବିକାଶକୁ ପ୍ରଭାବିତ କରିପାରେ, ଗମ୍ଭୀର ସମସ୍ୟାର ଆଶଙ୍କା ବୃଦ୍ଧି କରିପାରେ। ତେଣୁ ସଠିକ୍ ସମୟରେ ଫିଟନେସ୍ ଆରମ୍ଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।
ଯଦି ଆପଣ ଠିକ୍ ବୟସରେ ଏବଂ ସଠିକ୍ ଉପାୟରେ ଜିମ୍ କରିବା ଆରମ୍ଭ କରନ୍ତି। ତେବେ ଏହା ଅନେକ ଲାଭ ପ୍ରଦାନ କରିଥାଏ।
-ମାଂସପେଶୀ ସଶକ୍ତ ହୁଏ ଏବଂ ଆପଣଙ୍କ ଶରୀରର ଶକ୍ତି ବୃଦ୍ଧି ପାଏ।
-ନିୟମିତ ବ୍ୟାୟାମ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
-ବ୍ୟାୟାମ ସମୟରେ ନିର୍ଗତ ହରମୋନ୍ ଚାପ ଏବଂ ଚିନ୍ତାକୁ ହ୍ରାସ କରିବାରେ ସାହାଯ୍ୟ କରେ।
– ସଠିକ୍ ଭାବରେ ବ୍ୟାୟାମ କରିବା ଦ୍ୱାରା ଭବିଷ୍ୟତରେ ହୃଦରୋଗ, ମଧୁମେହ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା ହ୍ରାସ ପାଇପାରେ।
ଜିମ୍ ଆରମ୍ଭ କରିବା ପାଇଁ ସାଧାରଣତଃ ୧୭ରୁ ୧୮ ବର୍ଷ ବୟସକୁ ଆଦର୍ଶ ବୟସ ବୋଲି ବିବେଚନା କରାଯାଏ। ଏହି ବୟସ ସୁଦ୍ଧା, ଶରୀରର ମାଂସପେଶୀ ଗୁଡିକ ବ୍ୟାୟମ ଆବଶ୍ୟକ କରିଥାଏ। ଯଦି ଛୋଟ ଛୋଟ ପିଲାମାନେ ମେଦ ବହୁଳତାର ଶିକାର ହେଉଛନ୍ତି, ତା’ହାଲେ ହଠାତ୍ ସେମାନଙ୍କୁ ଜିମ୍ ନ ପଠାଇ ବିଶେଷଜ୍ଞମାନେ ଖେଳ, ଯୋଗ, ଦୌଡ଼ ଏବଂ ହାଲୁକା ବ୍ୟାୟାମ କରିବା ଉଚିତ। ଏହା ପ୍ରାକୃତିକ ଶରୀର ବିକାଶକୁ ପ୍ରୋତ୍ସାହିତ କରେ।