ନିମାପଡାରେ ଜିଲ୍ଲାସ୍ତରୀୟ କୃଷକ ଦିବସ, ଅକ୍ଷିମୁଠି ଅନୁକୂଳ 

ବୈଶାଖ ମାସ ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକମାନଙ୍କର ….

ବାମନାଳ: ବୈଶାଖ ମାସ ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକମାନଙ୍କର ଏହି ପର୍ବକୁ ପୁରୀ ଜିଲ୍ଲା କୃଷି ବିଭାଗ ପକ୍ଷରୁ ନିମାପଡା ଗଡଝିଙ୍କିରିଆ ସ୍ଥିତ ଓଲାନ୍ସଠାରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ରୂପେ ପାଳିତ ହୋଇଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳିତ ଖରିଫ ଋତୁରେ ଭଲ ଫସଲ ଅମଳ ପାଇଁ ମା’ ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ପାରମ୍ପରିକ ଢଙ୍ଗରେ ହଳ ଲଙ୍ଗଳ ସାଙ୍ଗରେ ଧରି ଧାନ ବିହନ ବୁଣିଥିଲେ।

ପରେ ଆୟୋଜିତ ଏକ କୃଷକ ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ସମନ୍ଧିୟ ଯୋଜନା ଉପରେ ଆଲୋକପାତ କରି କୃଷକମାନଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ ପବିତ୍ର ଅକ୍ଷୟତୃତୀୟାରେ ଅବସରରେ ସମସ୍ତ ଚାଷୀଙ୍କ ଆକାଉଂଟକୁ ଟଙ୍କା ପଠାଯାଇଥିଲା। ରାଜ୍ୟସ୍ତରୀୟ କୃଷକ ଦିବସ ଆଜି ନିମାପଡା ସରକାରୀ କୃଷି ଫାର୍ମ  ଓଲାଂସ ଠାରେ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ ସଭାରେ, ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡ ଶରତଚନ୍ଦ୍ର ମହାପାତ୍ର,  ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚନ୍ଦ୍ରମୋହନ ଚାନ୍ଦ, ସାଂସଦ ପ୍ରତିନିଧି ପୁର୍ଣ୍ଣଚନ୍ଦ୍ର ଓଝା, ଉପ-ଉଦ୍ୟାନ ନିର୍ଦ୍ଦେଶକ ମଞ୍ଜୁଳା ତ୍ରିପାଠୀ, ପ୍ରାଣୀ ଚିକିତ୍ସା ଅଧିକାରୀ ଡ ଶରତ ଚନ୍ଦ୍ର ବେହେରା, ଆତ୍ମା ଅଧ୍ୟକ୍ଷ ଦିଲୀପ ପରିଡ଼ା, ବିଡ଼ିଓ ଡ ଅଭିଜିତ ଷଡ଼ଙ୍ଗୀ, ତହସିଲଦାର ମନୋଜ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ମିନିଲତା ମହାନ୍ତି, କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ, ଜତେନ୍ଦ୍ର ସ୍ୱାଇଁ, ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।