ଭୁବନେଶ୍ୱର: ଦିନିକିଆ ରାଉରକେଲା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ହେଲିକପ୍ଟରରେ ରାଉରକେଲା ବିମାନ ବନ୍ଦରରେ ୧୧ଟା ୧୦ରେ ପହଂଚିଥିଲେ। ବିମାନ ବନ୍ଦରରୁ ସିଧାସଳଖ ସେକ୍ଟର-୧୩ ପଡିଆରେ ଆୟୋଜିତ ସମାବେଶ ସ୍ଥଳକୁ ଯାଇଥିଲେ। ପରେ ଆଇସିସିସି ବିଲଡିଂ, ସାଇନ୍ସ ପାର୍କ ଆଣ୍ଡ ପ୍ଲାନେଟାରିୟମ୍, କୋଏଲ ରିକ୍ରିଏସନ୍ ପାର୍କର ଉଦ୍ଘାଟନ କରିଛନ୍ତି। ମଧ୍ୟାହ୍ନ ୧୨ଟା ୪୦ରେ ସଭାସ୍ଥଳରୁ ବାହାରି ୧୨ଟା ୫୫ରେ ରାଉରକେଲା ୱାନ୍ ପରିସରକୁ ଆସି ଟ୍ରାଇବାଲ ମ୍ୟୁଜିୟମ୍ (ଜନଜାତି ସଂଗ୍ରହାଳୟ) ଉଦ୍ଘାଟନ କରିଛନ୍ତି।
ଆୟୋଜିତ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁନ୍ଦରଗଡ଼ର ଭୂରି ଭୂରି ପ୍ରଶଂସା କରିଛନ୍ତି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଲୋକ ସଂସ୍କୃତି ଏବଂ ଐତିହ୍ୟକୁ ଆକର୍ଷଣର କେନ୍ଦ୍ରବିନ୍ଦୁ ବୋଲି କହିଛନ୍ତି। ଏହାର ଘନ ଜଙ୍ଗଲ, ପର୍ବତ, ଜଳପ୍ରପାତ ଏବଂ ନଦୀର ଆକର୍ଷଣ ନିଆରା। ସୁନ୍ଦରଗଡ଼ର କଳା ଏବଂ ସଂସ୍କୃତି ଓଡ଼ିଶାର ସାଂସ୍କୃତିକ ପ୍ରାଚୁର୍ଯ୍ୟକୁ ଆହୁରି ସମୃଦ୍ଧ କରିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସୁନ୍ଦରଗଡ଼ ମଧ୍ୟ ସାହସୀ ବ୍ୟକ୍ତି ଏବଂ କ୍ରୀଡାପ୍ରେମୀଙ୍କ ଭୂମି। ରାଷ୍ଟ୍ରପତି କହିଥିଲେ ଯେ ଓଡ଼ିଶା ସମେତ ଭାରତର ବିଭିନ୍ନ ଅଂଚଳର ଲୋକମାନେ ନିଯୁକ୍ତି ଏବଂ ଜୀବିକା ପାଇଁ ରାଉରକେଲାରେ ବାସ କରନ୍ତି। ସମାଜର ପ୍ରତ୍ୟେକ ବର୍ଗର ବିକାଶ ଦ୍ୱାରା ହିଁ ଦେଶର ବିକାଶ ସମ୍ଭବ। ଏହି ଚିନ୍ତାଧାରା ସହିତ, କେନ୍ଦ୍ର ଏବଂ ରାଜ୍ୟ ସରକାର ଆଦିବାସୀ କଲ୍ୟାଣ ପାଇଁ ବିଭିନ୍ନ ଯୋଜନାରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଏହା ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି, ଯେତେବେଳେ ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନଙ୍କର ଆର୍ଥିକ ଉନ୍ନତିକୁ ପ୍ରାଥମିକତା ଦେଉଛି।
ଆମ ଦେଶ ୨୦୪୭ ମସିହାରେ ଆମ ସ୍ୱାଧୀନତାର ଶତବାର୍ଷିକୀ ବର୍ଷ ସୁଦ୍ଧା ବିକଶିତ ଭାରତ ହେବା ଆଡ଼କୁ ଦ୍ରୁତଗତିରେ ଆଗକୁ ବଢ଼ୁଛି। ସେହିପରି, ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ଶହେ ବର୍ଷ ପୂରଣ ହେବ। ଏକ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ପାଇଁ, ସର୍ବାଙ୍ଗୀନ ବିକାଶ ଏବଂ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ।
ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଜୟ ଜଗନ୍ନାଥ ! ଆଜି ଏକ ଐତିହାସିକ ଦିନ। ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ଦିନ। ଭାରତର ପ୍ରଥମ ନାଗରିକ, ଆମ ମାଟିର ଗୌରବ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୋଦୟା ଆଜି ଇସ୍ପାତ ସହର ରାଉରକେଲାରେ ଆମ ଗହଣରେ ଉପସ୍ଥିତ ଅଛନ୍ତି। ଆଧୁନିକ ଶିଳ୍ପ ବିପ୍ଲବର ପ୍ରାଣକେନ୍ଦ୍ର ସାଜିଥିବା ଇସ୍ପାତ ନଗରୀ ପାଇଁ ଅନେକ ଗୁଡିଏ ବିକାଶ ମୂଳକ ପ୍ରକଳ୍ପ ରାଷ୍ଟ୍ରପତିଙ୍କ ଦ୍ୱାରା ଶୁଭାରମ୍ଭ ହେବ। ଓଡିଶାର ମିନି ଇଣ୍ଡିଆ କୁହାଯାଉଥିବା ଏହି ରାଉରକେଲା ସହରକୁ ମୁଁ ରାଷ୍ଟ୍ରପତି ମହୋଦୟାଙ୍କୁ ଓଡିଶାବାସୀଙ୍କ ତରଫରୁ ସ୍ୱାଗତ କରୁଛି ଏବଂ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।
ରାଉରକେଲା କେବଳ ଏକ ଶିଳ୍ପ ସମୃଦ୍ଧ ସହର ନୁହେଁ। ଏହା ସ୍ୱପ୍ନ, ଶୃଙ୍ଖଳା, ବିବିଧତା ଏବଂ ବୈଭବରେ ପରିପୂର୍ଣ୍ଣ ସହର। ରାଉରକେଲା ଝଗ୍ଧରରକ୍ଷ ଚକ୍ଷବଦ୍ଭଗ୍ଧ ସାରା ଦେଶରେ ସୁନାମ ଅର୍ଜନ କରିଛି। ଏହି ସହର ରାଷ୍ଟ୍ର ନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି, ସୁଯୋଗ ଏବଂ ପରିଚୟ ଦେଇଛି। ଏହା ସହିତ, ରାଉରକେଲା ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ଆଦିବାସୀ ସଂସ୍କୃତି ଏବଂ ବିଶେଷ କରି ହକି ପାଇଁ ସ୍ୱତନ୍ତ୍ରତା ଅର୍ଜନ କରିଛି। ଆଜି ରାଷ୍ଟ୍ରପତି ମହୋଦୟାଙ୍କ କରକମଳରେ ପ୍ରାୟ ୪୮ କୋଟି ଟଙ୍କା ବ୍ୟୟରେ ଓଦ୍ଭଗ୍ଧରଶକ୍ସବଗ୍ଧରୟ ଉକ୍ଟଜ୍ଞଜ୍ଞବଦ୍ଭୟ ବଦ୍ଭୟ ଉକ୍ଟଦ୍ଭଗ୍ଧକ୍ସକ୍ଟକ୍ଷ ଉରଦ୍ଭଗ୍ଧକ୍ସର (ଓଉଉଉ) ଉଦ୍ଘାଟନ ହେବ।
ରାଉରକେଲା ଏକ ସ୍ମାର୍ଟ ସିଟି ଏବଂ ଏହି ସ୍ମାର୍ଟ ସିଟିକୁ ଅଧିକ ଉନ୍ନତ କରିବା ପାଇଁ ଏହି ଓଉଉଉ ଆମ ସ୍ମାର୍ଟ ପ୍ରଶାସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଯାଉଛି। ଏହି ବ୍ୟବସ୍ଥା ରାଉରକେଲାକୁ ସୁରକ୍ଷିତ, ସ୍ମାର୍ଟ ଏବଂ ଅଧିକ ନାଗରିକ-ଅନୁକୂଳ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଓଡିଶାର ଙକ୍ଟ୍ରଗ୍ଧସଜ୍ଞସଗ୍ଦଜ୍ଞ ଓ ଙକ୍ସସଶସଦ୍ଭବକ୍ଷସଗ୍ଧଚ୍ଚ କୁ ଙକ୍ସଶବଦ୍ଭସଚ୍ଛର କରି ସମସ୍ତଙ୍କ ପାଇଁ ଙକ୍ଟ୍ରକ୍ଟ୍ରକ୍ଟକ୍ସଗ୍ଧଙ୍କଦ୍ଭସଗ୍ଧଚ୍ଚ ସୃଷ୍ଟି କରିବାରେ ସହାୟକ ହେବ। ଓଡ଼ିଶା ହେଉଛି ଅନେକ ଆଦିବାସୀ ସମ୍ପ୍ରଦାୟର ଭୂମି, ଯେଉଁମାନଙ୍କର ପରମ୍ପରା, କଳା, ସଙ୍ଗୀତ ଏବଂ ଜ୍ଞାନ ଅମୂଲ୍ୟ ସମ୍ପତି। ଆଜି ଆଦିବାସୀ ସଂଗ୍ରହାଳୟ, ରାଉରକେଲା-ୱାନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟିତ ହେବ। ଏହି ସଂଗ୍ରହାଳୟ ଓଡ଼ିଶାର ଗୌରବମୟ ଆଦିବାସୀ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପ୍ରତୀକ। ଏହି ସଂଗ୍ରହାଳୟ ସେମାନଙ୍କର ଐତିହ୍ୟକୁ ସଂରକ୍ଷଣ କରିବ ଏବଂ ଭବିଷ୍ୟତ ପିଢ଼ିକୁ ପ୍ରୋତ୍ସାହିତ କରିବ। ଏହା ମଧ୍ୟ ଞକ୍ସସଭବକ୍ଷ ଞକ୍ସବୟସଗ୍ଧସକ୍ଟଦ୍ଭ ଓ ଞକ୍ସସଭବକ୍ଷ ଉଙ୍କକ୍ଷଗ୍ଧଙ୍କକ୍ସର କୁ ଞକ୍ଟକ୍ଟ୍ର ଗକ୍ଟଗ୍ଦଗ୍ଧ ଚକ୍ସସକ୍ଟକ୍ସସଗ୍ଧଚ୍ଚ ଦେବାରେ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।
କୋଏଲ ରିଭରଫ୍ରନ୍ଟ ରିକ୍ରିଏସନ୍ ପାର୍କ, ରାଉରକେଲାର ବ୍ୟସ୍ତ ବହୁଳ ଜନସାଧାରଣ ତାଙ୍କର ଅବସର ବିନୋଦନ ନିମନ୍ତେ ଏକ ସୁନ୍ଦର ଓ ସୁସ୍ଥ ପରିବେଶମୟ ସାର୍ବଜନୀନ ସ୍ଥାନ ପାଇବେ। ଏହାକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ ଆମ୍କୋ-ସିମ୍କୋ ଆନ୍ଦୋଳନର ନାୟକ ନିର୍ମଳ ମୁଣ୍ଡାଙ୍କ ନାମରେ ନାମକରଣ କରାଯାଇଛି। ଏଥିରୁ ସ୍ପଷ୍ଟ, ଆମ ସରକାର ଓଡ଼ିଶା ମାଟିର ବୀରପୁତ୍ର ଓ ବରପୁତ୍ରମାନଙ୍କୁ ସମ୍ମାନ ଦେବା ପାଇଁ ପ୍ରତିବଦ୍ଧ। ମାଟି ମାଆର ସୁପୁତ୍ରମାନଙ୍କୁ ଆମର ସମ୍ମାନର ଅର୍ଘ୍ୟ ଏହିପରି ଜାରି ରହିବ, ଏହା ମଧ୍ୟ ଆମ କର୍ତବ୍ୟ। ମୁଁ ଅତ୍ୟନ୍ତ ଆନନ୍ଦର ସହିତ କହିବାକୁ ଯାଉଛି, ଆଗାମୀ ଦିନରେ ରାଉରକେଲା ଏୟାରପୋର୍ଟର ବିସ୍ତାର କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ। ଆହୁରି ମଧ୍ୟ ରାଉରକେଲା ଷ୍ଟିଲ୍ ପ୍ଲାଂଟ୍ ଖୁବ ଶୀଘ୍ର ସଂପ୍ରସାରିତ ହେବାକୁ ଯାଉଛି।
ମୁଁ ପୁଣି ଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ତାଙ୍କର ସଦୟ ଉପସ୍ଥିତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ନିରନ୍ତର ପ୍ରେରଣା ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରୁଛି। ତାଙ୍କର ସଦୟ ଉପସ୍ଥିତି ଆଜିର ଏହି କାର୍ଯ୍ୟକ୍ରମକୁ ଅଧିକ ଗରିମାମୟ କରିଛି। ଶେଷରେ, ମୁଁ ରାଉରକେଲାବାସୀଙ୍କୁ ଅନୁରୋଧ କରୁଛି, ଏହି ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସମୃଦ୍ଧ ସହର କରିବାରେ ସମସ୍ତେ ସହଯୋଗ କରନ୍ତୁ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ ନିଜ ନିଜର ଅବଦାନ ରଖନ୍ତୁ।