ନ୍ୟାୟ ଦାବିରେ ସରପଞ୍ଚ ଚାମେଲୀ ଓଝାଙ୍କ ଆମରଣ ଅନଶନ: ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି

କେନ୍ଦ୍ରାପଡ଼: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବିଧାନସଭା ଅନ୍ତର୍ଗତ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନ୍ୟାୟ ପାଇବା ନିମନ୍ତେ ଭୁବନେଶ୍ୱର ଲୋୱର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି। ଜଣେ ନିର୍ବାଚିତ ମହିଳା ସରପଞ୍ଚଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ଆମରଣ ଅନଶନକୁ ଦୃଢ଼ ଭାବରେ ସମର୍ଥନ ଜଣାଇଛି ଆମ୍ ଆଦମୀ ପାର୍ଟି। ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଓ ଅନ୍ୟ ନେତୃବୃନ୍ଦ ଧାରଣା ସ୍ଥଳରେ ପହଞ୍ଚି ଚାମେଲୀ ଓଝାଙ୍କୁ ସମର୍ଥନ ଜଣାଇବା ସହ ତାଙ୍କର ସରକାରଙ୍କ ନିକଟରେ ଥିବା ଦାବୀ ଗୁଡ଼ିକ ପୂରଣ ନ ହେବାଯାଏ ଆମ୍ ଆଦମୀ ପାର୍ଟି ପୂର୍ଣ୍ଣ ଭାବରେ ସମର୍ଥନ ଦେବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛି ।