ଗଞ୍ଜାମ ଜିଲ୍ଲା ଧରାକୋଟରେ ତିନି ଠାକୁରଙ୍କ ଲକ୍ଷ୍ମୀ-ନାରାୟଣ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ଗଞ୍ଜାମ ଜିଲ୍ଲା ଧରାକୋଟ ଆଡ଼ପ ମଣ୍ଡପରେ ….
ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ଆଡ଼ପ ମଣ୍ଡପରେ ସୋମବାର ପବିତ୍ର ହେରା ପଞ୍ଚମୀ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଭବ୍ୟ ଲକ୍ଷ୍ମୀ-ନାରାୟଣ ବେଶରେ ସଜ୍ଜିତ କରାଯାଇଥିଲା। ଏହି ଦିବ୍ୟ ବେଶ ଦର୍ଶନ ପାଇଁ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଆଡ଼ପ ମଣ୍ଡପରେ ସମବେତ ହୋଇଥିଲେ।
ପବିତ୍ର ହେରା ପଞ୍ଚମୀ ତିଥି ଅବସରରେ ତିନି ଠାକୁରଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ ଧାର୍ମିକ ବିଧି ସମ୍ପନ୍ନ କରାଯାଇଥିଲା। ରାତ୍ରିରେ ପରମ୍ପରା ଅନୁଯାୟୀ ମା’ ଲକ୍ଷ୍ମୀ ଆଡ଼ପ ଖଳାକୁ ବିଜେ କରି ରଥର ଏକ ଅଂଶକୁ ପ୍ରତୀକାତ୍ମକ ଭାବେ ଭାଙ୍ଗିବାର ନୀତି ପାଳନ କରାଯିବ। ଏହି ନୀତିକାନ୍ତିକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡ଼ିଛି। ଗଞ୍ଜାମ ରୁ ସମ୍ବାଦ ଦାତା ଗଣେଶ ପାଣିଗ୍ରାହୀ ।