ପୁରୀ(ସାକ୍ସୀ ନ୍ୟୁଜ୍): ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ । ମାଟିଆପଡ଼ା RI ଆଶୁତୋଷ ସାହୁଙ୍କୁ ରାସ୍ତାରେ ଅତର୍କିତ ଭାବେ ଆକ୍ରମଣ କରି ମୁଣ୍ଡକୁ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗତ ରାତି ପ୍ରାୟ ୧୧ଟା ସମୟରେ ଆଶୁତୋଷ ସାହୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ପିପିଲି ଆଠବାଟିଆ ଅଞ୍ଚଳରେ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।
ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ରକ୍ତାକ୍ତ ହୋଇପଡ଼ିଥିଲେ । ଘଟଣା ପରେ ଗୁରୁତର ଅବସ୍ଥାରେ ଆଶୁତୋଷଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଚିକିତ୍ସକଙ୍କ ନଜରରେ ଚିକିତ୍ସା ଚାଲିଛି। ଅନ୍ୟପଟେ ଏହି ଆକ୍ରମଣକୁ ନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।