ଗଂଜାମ(ସାକ୍ସୀ ନ୍ୟୁଜ୍): ସୁନା ଅଳଙ୍କାର ଲୁଟ ପାଇଁ ମା ଆଦିଶକ୍ତି ମନ୍ଦିର ନିକଟରେ ଯୋଜନା ପ୍ରସ୍ତୁତ ହୋଇଥିଲା। ବିଳମ୍ବିତ ରାତିରେ ଲୁଟ୍ ହୋଇଥାନ୍ତା। ଆଉ ଏହା ପୂର୍ବରୁ ମାଡ଼ି ବସିଲା ପୋଲିସ। ଯାହା ଫଳରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ପୋଲିସ ଏନେଇ 5 ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 5ଟି ମୋବାଇଲ ଫୋନ 5ଟି ଚାକୁ 5 ଟି ବୋମା ଓ ଦୁଇଟି ବାଇକ ଜବତ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ବେଗୁନିଆପଡ଼ାର ବାବୁଲା ଆଚାରି (40) , ସାନ୍ତୁନୁ ପାଳ (22) ଗୋଲାନ୍ଥରା ଥାନା ଅଞ୍ଚଳର ଆକାଶ ଗୌଡ଼ (28) ଲୋକନାଥ ପାତ୍ର (25) ଓ ଖଲ୍ଲିକୋଟ ଥାନା ଅଞ୍ଚଳର ଓମ ରଣା (21)। ଏନେଇ ବେଗୁନିଆପଡା ଥାନାରେ PS CASE NO 422/26 ରେ ଏକ ମାମଲା ରୁଜୁ ହୋଇଛି। ଗଞ୍ଜାମ ବେଗୁନିଆପଡ଼ା ଠାରେ ଥିବା ମା ଲକ୍ଷ୍ମୀ ଜୁଏଲାରୀ ରୁ ଏକ ବଡ଼ ଧରଣର ଡକାୟତି ଯୋଜନା ପୂର୍ବରୁ ପୋଲିସକୁ ମିଳିଛି ବଡ଼ ସଫଳତା। ମୋଟ 5 ଜଣ ଅଭିଯୁକ୍ତ ଏଥିରେ ଗିରଫ ହୋଇଥିବା ସାମ୍ୱାଦିକ ସମ୍ମୀଳନୀରେ ସୂଚନା ଦେଲେ ପୁରୁଷୋତ୍ତମପୁର ଏସଡିପିଓ ଗଂଜାମ ରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ