ଲଙ୍କା ବୋଲରଙ୍କ ସହ ଲଢେଇରେ ଜୈସ୍ୱାଲ ଦୋଷୀ

ଯଶସ୍ୱୀ ଜୈସ୍ୱାଲ ଚର୍ଚ୍ଚାରେ ରହିବାର କରାଣ ତାଙ୍କ ବ୍ୟାଟିଂ ନୁହେଁ ବରଂ ପଡ଼ିଆରେ ତାଙ୍କର ଖରାପ ଆଚରଣ । କଲମ୍ବୋ ଟେଷ୍ଟ ମଝିରେ ଯଶସ୍ୱୀ ଜୈସ୍ୱାଲଙ୍କୁ ଜରିମାନା କରାଯାଇଛି । ମ୍ୟାଚର ପ୍ରଥମ ଦିନରେ ଜୈସ୍ୱାଲ ଓ ଶ୍ରୀଲଙ୍କାର ଦ୍ରୁତ ବୋଲର ଅସିଥା ଫର୍ଣ୍ଣାଣ୍ଡୋଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଅସିଥା ଜୈସ୍ୱାଲଙ୍କୁ ଆଉଟ୍ କରି କିଛି କହିଥିଲେ, ଯାହା ପରେ ଏହି ଭାରତୀୟ ବ୍ୟାଟ୍‌ର ପାଭିଲିୟନ ଫେରୁଥିବାବେଳେ ପୁଣି ପଛକୁ ଫେରି ଆସିଥିଲେ ।

ବାମହାତୀ ଭାରତୀୟ ଓପନର ଯଶସ୍ୱୀ ଜୈସ୍ୱାଲଙ୍କ ମ୍ୟାଚ୍ ଫି ୨୫ ପ୍ରତିଶତ ହ୍ରାସ କରାଯାଇଛି । ଏହାର ଅର୍ଥ ହେଉଛି ଏହି ମ୍ୟାଚ୍ ପରେ ସେମାନେ ସମ୍ପୂର୍ଣ୍ଣ ମ୍ୟାଚ୍ ଫି ପାଇବେ ନାହିଁ । ତାଙ୍କୁ ୩.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ।

ଜୈସ୍ୱାଲ ଓ ଫର୍ଣ୍ଣାଣ୍ଡୋଙ୍କର ଖାଲି ୨୫ ପ୍ରତିଶତ ମ୍ୟାଚ୍ ଫି କଟାଯାଇ ନାହିଁ, ଉଭୟଙ୍କୁ ଗୋଟିଏ ଲେଖାଏଁ ଡିମେରିଟ୍ ପଏଣ୍ଟ ଦିଆଯାଇଛି । ଉଭୟ ଖେଳାଳି ଆଚରଣ ସଂହିତାର ୨.୧୨ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରବିବାର ୧୭ ତମ ଓଭରରେ ଜୈସୱାଲ ଏବଂ ଫର୍ଣ୍ଣାଣ୍ଡୋଙ୍କ ମଧ୍ୟରେ ମାହୋଲ ସରଗରମ ହୋଇଥିଲା । ଜୈସ୍ୱାଲଙ୍କୁ ବୋଲିଂ କରିବା ପରେ ଫର୍ନାଣ୍ଡୋ କିଛି କହିଥିଲେ । ଏହା ପରେ ଜୈସ୍ୱାଲ ଫର୍ଣ୍ଣାଣ୍ଡୋଙ୍କ ଆଡକୁ ମୁହାଁଇଥିଲେ ।

ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଫର୍ଣ୍ଣାଣ୍ଡୋ ଜୈସୱାଲ ଆଡକୁ ମୁଣ୍ଡ ଉଠାଇଥିଲେ । ଏହାର ଜବାବରେ ଜୈସ୍ୱାଲ ମଧ୍ୟ ଆଗକୁ ଆସିଥିଲେ ଏବଂ ଦୁହିଁଙ୍କ ମୁଣ୍ଡ  ଧକ୍କା ହୋଇଥିଲା । ଉଭୟ ଖେଳାଳି ସେମାନଙ୍କ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  ଉଭୟ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ନିକଟରେ ହାଜର ହୋଇନାହାଁନ୍ତି ।