କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ଥାନା ରେ ତା. 30.8.2026 ରିଖ ଦିନ ପାଟଣା ଥାନା ରେ “ଆମ ପୋଲିସ ସମିତି ” କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣା IIC ଶ୍ରୀଯୁକ୍ତ କିରଣ ପ୍ରସାଦ ସାହୁ, ସଭା କାର୍ଯ୍ୟ କୁ ସମ୍ବୋଧିତ କରି କହିଥିଲେ ଯେ, ଯାନବାହାନ ଚଳାଚଳ, ପାଟଣା ବଜାର ଭିଡକୁ ନିୟତ୍ରଣ କରିବା, ମଦ୍ୟପ ମାନଙ୍କର ଗତିବିଧିକୁ ଶୃଙ୍ଖଳିତ କରିବା, ଏବଂ ସାଇବର ଠକେଇ ରୁ ସାବଧାନ ରହିବା ପ୍ରଭୃତି, ପୁଙ୍ଖାନୁ ପୁଙ୍ଖ ଭାବେ ବୁଝାଇ ଥିଲେ ।
ଏଥିରେ ଥାନା ASI ଗରଡ଼ିଆ ବାବୁ ସଭା ପରିଚାଳନା କରି ଥିଲେ ଏବଂ ପାଟଣା ମିଡ଼ିଆ ହାଉସ ର ଉପଦେଷ୍ଟା ଜତୀନ୍ଦ୍ର ଦାଶ,ବ୍ୟବସାୟିକ ଅଜୟ କୁମାର ଦାଶ, ତଥା ଗ୍ରାମର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସଭା କାର୍ଯ୍ୟ କୁ ସଫଳ କରିଥିଲେ । ପାଟଣା ରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ ।