ସ୍ୱାଇନ୍ ଫ୍ଲୁ (H1N1)ରେ ଆକ୍ରାନ୍ତ ଇମ୍ରାନ ହାସମୀ

ଇମ୍ରାନଙ୍କୁ ସ୍ୱାଇନ୍ ଫ୍ଲୁ (ଏଚୱାନ ଏନୱାନ)ରେ ଆକ୍ରାନ୍ତ ହେବାର ଖବର ଆସିଛି । ୨୯ ଅଗଷ୍ଟ ସୁଦ୍ଧା ବେଙ୍ଗାଲୁରୁରେ ଇମ୍ରାନଙ୍କ ଏକ ଶୋ’ ମଧ୍ୟ ହେବାର ସ୍ଥିର ହୋଇଥିଲା । କିନ୍ତୁ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଇମ୍ରାନ ଶୋର ଡେଟ୍‌କୁ ଆଗକୁ ବଢାଇ ଦେଇଛନ୍ତି । ଏହାର ସୂଚନା ସେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦେଇଛନ୍ତି ।

୨୯ ଅଗଷ୍ଟରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ଏବଂ ନିଜର ସ୍ୱାସ୍ଥ୍ୟ ଖରାପ ହେବା ଓ ବେଙ୍ଗାଲୁରୁ ଇଭେଣ୍ଟ ସ୍ଥଗିତ ହେବାର ସୂଚନା ଦେଇଥିଲେ। ଇମ୍ରାନ ଗତ କିଛି ଦିନ ହେବ ଲଗାତାର ଟ୍ରାଭେଲିଂ କରୁଥିଲେ। ଯେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେଲା ,ଇମ୍ରାନଙ୍କୁ ସ୍ୱାଇନ ଫ୍ଲୁ ହୋଇଛି । ସେ ଟେଷ୍ଟ କରାଇବାକୁ ଯାଇଥିଲେ । ସେଥିରେ ରିପୋର୍ଟ ପଜିଟିଭ୍ ଆସି ଥିଲା ।

ଡାକ୍ତର ଇମ୍ରାନ ହାସମୀଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଏଥିରେ ଇମ୍ରାନ ନିଜର ବେଙ୍ଗାଲୁରୁ ଇଭେଣ୍ଟ ପୋଷ୍ଟପୋନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୋଷ୍ଟରେ ଇମ୍ରାନ ଲେଖିଛନ୍ତି , ହେ ବେଙ୍ଗାଲୁରୁ ,ମୋର ସ୍ୱାସ୍ଥ୍ୟ ବହୁତ ବିଗିଡ଼ି ଯାଇଛି ଏବଂ ମୁଁ ବେଙ୍ଗାଲୁରୁ ଶୋ’ରେ ପହଞ୍ଚି ପାରିବି ନାହିଁ । କିନ୍ତୁ ପିକଚର (ଶୋ) ଶେଷ ହୋଇ ନାହିଁ, କେବଳ ପୋଷ୍ଟପୋନ୍ ହୋଇଛି। ମୁଁ ଆପଣ ସମସ୍ତଙ୍କୁ ୧୨ ସେପ୍ଟେମ୍ୱର (ଶନିବାର) ସନବର୍ନ ୟୁନିୟନରେ ଭେଟିବି । ନୂଆ ତାରିଖ ପାଇଁ ଆପଣ ସମସ୍ତଙ୍କ ଟିକେଟ୍ ଭାଲିଡ୍ ରହିବ। ଆପଣଙ୍କୁ ଭେଟିବାକୁ ଆଗ୍ରହର ସହ ଅପେକ୍ଷାରତ।