କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକ ମୁଖ୍ୟାଳୟ ବଜାରରେ ଦୀର୍ଘ ୩୫ ବର୍ଷ ଧରି ଗ୍ରାହକଙ୍କୁ ସେବା ଯୋଗାଇ ଆସୁଥିବା ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ‘ସାବିତ୍ରୀ ଟ୍ରେଡର୍ସ’ର ନୂତନ ଗୃହ ସୋମବାର ଦିନ ଉଦ୍ଘାଟିତ ହୋଇଛି। ନୂତନ କଳେବରରେ ପ୍ରତିଷ୍ଠାନର ଶୁଭାରମ୍ଭ ହେବାକୁ ନେଇ ସ୍ଥାନୀୟ ଗ୍ରାହକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ଉଦ୍ଘାଟନୀ ଅବସରରେ ପ୍ରତିଷ୍ଠାନର ମାଲିକ ପ୍ରବୀଣ କୁମାର ଭଞ୍ଜଓ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ଭଞ୍ଜଦେଓ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ। ପୂଜକ ଅଲେଖ ତ୍ରିପାଠୀ ଓ ତରୁଣ କୁମାର ତ୍ରିପାଠୀ ପୂଜାର୍ଚ୍ଚନା ସମ୍ପନ୍ନ କରିଥିବା ବେଳେ ସଂକଳ୍ପ କାର୍ଯ୍ୟରେ ପ୍ରବୀଣ ଭଞ୍ଜଦେଓ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଡିଆ ହାଉସର ସମ୍ପାଦକ ଦୀନବନ୍ଧୁ ମିଶ୍ର ଯୋଗଦେଇ ଫିତା କାଟି ନୂତନ ପ୍ରତିଷ୍ଠାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମିଡିଆ ହାଉସର ସଭାପତି ରାହାସ ବିହାରୀ ପୁଷ୍ଟି, ଉପ ସଭାପତି ଅଞ୍ଜନ କୁମାର ରଣା, କେନ୍ଦୁଝର ଜିଲ୍ଲା ଡି ସି,ସମେତ ମିଡିଆ ହାଉସର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ।
‘ସାବିତ୍ରୀ ଟ୍ରେଡର୍ସ’ରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଫିସ୍, ଚିକେନ୍, ଚିଙ୍ଗୁଡ଼ି, ଦେଶୀ କୁକୁଡ଼ା, ମଟନ୍ ସହିତ ବିଭିନ୍ନ ପ୍ରକାରର ଦେଶୀ ମାଛ ସୁଲଭ ମୂଲ୍ୟରେ ଉପଲବ୍ଧ କରାଯିବ ବୋଲି ମାଲିକ ପ୍ରବୀଣ କୁମାର ଭଞ୍ଜ ଦେଓ ସୂଚନା ଦେଇଛନ୍ତି। ଗୁଣାତ୍ମକ ସାମଗ୍ରୀ ଯୋଗାଣ ସହ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପ୍ରତିଷ୍ଠାନର ପ୍ରାଥମିକତା ବୋଲି ସେ କହିଛନ୍ତି। ଦୀର୍ଘ ୩୫ ବର୍ଷ ଧରି ଗ୍ରାହକଙ୍କ ବିଶ୍ୱାସ ହାସଲ କରିଥିବା ‘ସାବିତ୍ରୀ ଟ୍ରେଡର୍ସ’ ନୂତନ କଳେବରରେ ଆହୁରି ଲୋକପ୍ରିୟ ହେବ ବୋଲି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଅତିଥି ଓ ଶୁଭେଚ୍ଛୁମାନେ ଆଶା ପ୍ରକାଶ କରିଛନ୍ତି। କେନ୍ଦୁଝର ରୁ ଅଞ୍ଜନ କୁମାର ରଣାଙ୍କ ରିପୋର୍ଟ ।