ରକ୍ଷା ବନ୍ଧନ ଅବସରରେ ରାଷ୍ଟ୍ରପତି ଭବନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ୬ ଜଣଙ୍କ ଯୋଗଦାନ

(ସାକ୍‌ସୀ ନ୍ୟୁଜ୍‌): ପବିତ୍ର ରକ୍ଷାବନ୍ଧନ ଅବସରରେ ଓଡ଼ିଶାର ୪ ଜଣ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଶିକ୍ଷୟିତ୍ରୀ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ‘ରକ୍ଷାବନ୍ଧନ’ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିନିଧି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୬ର ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତୋଷୀ ମଣ୍ଡଳ ଓ ସପ୍ତମ ଶ୍ରେଣୀ ଛାତ୍ରୀ ସୁଭାସାଇ ରଞ୍ଜିତା ପଟ୍ଟନାୟକ, ପିଏମ୍ ଶ୍ରୀ ସରକାରୀ ହାଇସ୍କୁଲ, ଆଇଆରସି ଭିଲେଜ୍‌ର ଦଶମ ଶ୍ରେଣୀ ଛାତ୍ର ବିଭୁ ପ୍ରସାଦ ସାହୁ ଏବଂ ରାଜଭବନ ସରକାରୀ ୟୁପି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ରୋନକ ତ୍ରିପାଠୀ ଯୋଗଦେଇଥିଲେ ।

ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୬ର ପ୍ରଧାନଶିକ୍ଷୟିତ୍ରୀ ରୁପାଲି ସେନାପତି ଏବଂ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍‌ର ସହକାରୀ ଶିକ୍ଷକ ତୋଫାନ କୁମାର ରାଉତରାୟ ମଧ୍ୟ ଏହି ଅବସରରେ ଓଡ଼ିଶାର ଯୋଗ ଦେଇଥିଲେ ।