ଗଞ୍ଜାମ(ସାକ୍ସୀ ନ୍ୟୁଜ୍): ଦଶମାଇଲି ବରଡାବିଲି ନୁଆ ସାଇ ପାଖେଇ ଆସୁଛି ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା । ଗଣେଶ ପୂଜାକୁ ନେଇ ଏବେଠାରୁ ଗାଁଠୁ ସହର ସବୁଠି ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ସାଜସଜ୍ଜା, ତୋରଣ ଓ ମେଢ଼ ନିର୍ମାଣ କାମ ମଧ୍ୟ ଆଗେଇ ଚାଲିଛି।
ସେପଟେ ଗଜାନନଙ୍କ ଆକର୍ଷଣୀୟ ମୂର୍ତ୍ତି ଗଢ଼ିବାରେ ଦିନରାତି ବ୍ୟସ୍ତ ରହିଛନ୍ତି ଶିଳ୍ପୀ ଓ କାରିଗର। ବିଭିନ୍ନ ରୂପ ଓ ଆକାର ର ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେବା ସହ ରଙ୍ଗ ଓ ସାଜସଜ୍ଜା କାମରେ ଲାଗିପଡ଼ିଛନ୍ତି କାରିଗର ମାନେ। ଚଳିତ ବର୍ଷ ମଧ୍ୟ ଆକର୍ଷଣୀୟ ମୂର୍ତ୍ତି ଓ ମନମୁଗ୍ଧକର ସାଜସଜ୍ଜା ମାଧ୍ୟମରେ ଭକ୍ତଙ୍କୁ ଆକୃଷ୍ଟ କରିବାକୁ ପୂଜା କମିଟିଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି। ଗଞ୍ଜାମ ରୁ ଗଣେଶ ପାଣିଗ୍ରାହୀ ଙ୍କ ରିପୋର୍ଟ ।