ହାର୍ଦ୍ଦିକ ପାଣ୍ଡ୍ୟା ଙ୍କୁ ନେଇ ବଡ ଚର୍ଚ୍ଚା

୨୦୨୭ ଆଇପିଏଲରେ ପାଣ୍ଡ୍ୟା ମୁମ୍ବାଇ ସହ ଖେଳିବେ ନା ନାହିଁ…

ଆଇପିଏଲ୍ ୨୦୨୬ ସରିବା ପରଠାରୁ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ୨୦୨୭ ଆଇପିଏଲରେ ପାଣ୍ଡ୍ୟା ମୁମ୍ବାଇ ସହ ଖେଳିବେ ନା ନାହିଁ । ଏମଆଇ ସହ ତାଙ୍କର ଭବିଷ୍ୟତ କଣ ହେବ । ଆଗକୁ ସେ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ରହିବେ ନା ନାହିଁ । ଏ ସବୁ ଭିତରେ ମୁମ୍ବାଇ ସହ ହାର୍ଦ୍ଦିକଙ୍କ ଭବିଷ୍ୟତକୁ ନେଇ ବଡ଼ ଖବର ଆସିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ସହ ହାର୍ଦ୍ଦିକ ପାଣ୍ଡ୍ୟା ରହିବେ କିନ୍ତୁ ଦଳର କ୍ୟାପ୍ଟେନ୍ ରହିବେ ନାହିଁ । ତାଙ୍କ ସ୍ଥାନରେ ତିଲକ ବର୍ମା କିମ୍ବା ଯଶପ୍ରୀତ ବୁମରା ଦଳର ନେତୃତ୍ୱ ନେବେ । ତେବେ ରୋହିତ ଶର୍ମା ବି ଅଧିନାୟକତ୍ୱ ଏବଂ ପ୍ରଶିକ୍ଷକ ଆଲୋଚନାରେ ସକ୍ରିୟ ଭାବରେ ସାମିଲ । ସେହିପରି ଫର୍ମରେ ନଥିବା ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ସହ ଆଇପିଏଲ୍ ଯାତ୍ରା ଜାରି ରଖିବେ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ପୁଣି ଏକ ଝଟକା ଲାଗିଛି । ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସେ ଫେରିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ସେ ପୁଣି ଆହତ ହୋଇଛନ୍ତି । ପ୍ରଶିକ୍ଷଣ ସମୟରେ, ସେ ଗୋଡରେ ସାମାନ୍ୟ ଆଘାତ ଲାଗିଛି ଯାହା ତାଙ୍କୁ ଫେରିବା ପାଇଁ ଅଧିକ ସମୟ ଅପେକ୍ଷା କରିପାରେ । ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ହାର୍ଦ୍ଦିକ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି ।