ଆମ ଓଡ଼ିଶା ପ୍ରତିଯୋଗିତା ୩୦୨ ଜଣ ଛାତ୍ରଛାତ୍ରୀ କଲେ ଅଂଶଗ୍ରହଣ

ପାଟଣା ଜି ଏନ ଉଚ୍ଚ ବିଦ୍ୟାଳୟ ରେ…

କେନ୍ଦୁଝର/ପାଟଣା(ସାକ୍‌ସୀ ନ୍ୟୁଜ୍‌):  ଆମ ଓଡ଼ିଶା ତରଫରୁ କେନ୍ଦୁଝର ଜିଲ୍ଲା ପାଟଣା ଜି .ଏନ .ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବାଦ – ଆମ ଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୋଜିତ ଚିତ୍ରାଙ୍କନ ପରୀକ୍ଷାରେ ୭୩ ଜଣ , ହସ୍ତାକ୍ଷର ପରୀକ୍ଷାରେ ୧୨୫ ଜଣ ଓ ଭାଷାଜ୍ଞାନ ପରୀକ୍ଷାରେ ୧୦୪ ଜଣ ମୋଟ ୩୦୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଏଥିରେ ପ୍ରତି ବିଭାଗ ରେ ୩ ଜଣ ଲେଖାଏଁ ୯ ଜଣ କୃତୀ ପ୍ରତିଯୋଗୀଙ୍କୁ ସଂମାନିତ କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲେ। ଏଥିରେ ପାଟଣା ସମ୍ବାଦ- ଆମ ଓଡ଼ିଶା ର ପ୍ରତିନିଧି ମହେଶ୍ୱର ପୃଷ୍ଟି ଅଧକ୍ଷତା କରିଥିଲେ। ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପାର୍ଥ ସାରଥୀ ବେଜ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ବଡ଼ପାଟଣା ସରପଞ୍ଚ ବିନତି ବାନରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପାଟଣା ଜି . ଏନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କେଦାରିଣୀ ନାୟକ ଯୋଗ ଦେଇଥିଲେ ।

ସଂମାନିତ ଅତିଥି ଭାବେ ବଡ଼ପାଟଣା ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ , ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ର ଜିଲ୍ଲା ସମ୍ପାଦକ କମଳାକାନ୍ତ ପତି , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ , ସି ଆର ସିସି ଜ୍ୟୋତିର୍ମୟ ତ୍ରିପାଠୀ , ଶିକ୍ଷକ ଦୟାନିଧି ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।କେନ୍ଦୁଝର ରୁ ଅଞ୍ଜନ ରଣା ଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।