ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ବାରିପଦା ଶାଖାର ଜରୁରୀ ବୈଠକ ଅନୁଷ୍ଠିତ

ସ୍ଥାନୀୟ ଭଂଜପୁର ଠାରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ …

ବାରିପଦା(ସାକ୍‌ସୀ ନ୍ୟୁଜ୍‌): ସ୍ଥାନୀୟ ଭଂଜପୁର ଠାରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ବାରିପଦା ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମୁକ୍ତେଶ୍ଵର ଜୀଉଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ହରିନାରାୟଣ ମିଶ୍ର, ସମ୍ପାଦକ ସୁନୀଲ କୁମାର ହୋତା, ଆଜୀବନ ସଦସ୍ୟ ଡଃ ଦିଲ୍ଲୀପ କୁମାର ପଣ୍ଡା, ରସାନନ୍ଦ ବେହେରା, ଭାନୁପ୍ରତାପ ଭଞ୍ଜଦେଓ, ରାମଚନ୍ଦ୍ର ବିନ୍ଧାଣୀ, ଆତୋଷ କୁମାର ସାହୁ, ଅରୁଣ କୁମାର ପଣ୍ଡା, ପରେଶ ଚନ୍ଦ୍ର ଧଳ, ରାମଚନ୍ଦ୍ର ଦାସ ଓ ବିଶ୍ୱରୂପ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲାରେ ଉପୁଜିଥିବା ବନ୍ୟାରେ ପୀଡିତ ବିପନ୍ନମାନଙ୍କୁ ରିଲିଫ ଓ ଭାଙ୍ଗିଯାଇଥିବା ଘରଗୁଡିକୁ ପୁନଃ ଥଇଥାନ କରିବା ପାଇଁ ଜିଲ୍ଲାପାଳ ଏବଂ ତହସିଲଦାର ମାନଙ୍କୁ ଭେଟି ପଦକ୍ଷେପ ନେବା ପାଇଁ ଆଲୋଚନା କରାଗଲା । କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ସାହାଯ୍ୟ ଠିକ ଭାବରେ ଯେପରି କରାଯିବ ସେଥିପ୍ରତି ସଂଘର୍ଷ ମଞ୍ଚ ନଜର ରଖିବା ପାଇଁ ସମସ୍ତେ ମତ ଦେଇଥିଲେ ।ପି ଆର ଏମ ମେଡିକାଲ କଲେଜ ଓ ଡାକ୍ତରଖାନା ସହରଠାରୁ ଦୂରରେ ଅବସ୍ଥିତ ହୋଇଥିବାରୁ ରୋଗୀର ଉପଯୁକ୍ତ ଚିକିତ୍ସା ଓ ତାଙ୍କ ପରିବାର ବର୍ଗଙ୍କ ଯିବାଆସିବାରେ ବହୁ ଅସୁବିଧା ହେଉଥିବାରୁ ଅତିକମରେ ଦୁଇଟି ବସ ଚଳାଚଳ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ପାଇଁ ସିଦ୍ଧାନ୍ତ ନିଆଗଲା । ସଭାପତି ଶ୍ରୀ ଜୀଉ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।