ମହୁରେ ରହିଛି ଔଷଧୀୟ ଗୁଣ

ମହୁ ସହଜରେ ହଜମ ହେବା ସହ ଶରୀରକୁ ହାଲୁକା କରେ। ସେହିପରି ମହୁ ଜଳକୁ ଆକର୍ଷିତ‌ କରେ, ତେଣୁ ଚର୍ମର ଯତ୍ନ ଓ ପାରମ୍ପରିକ କ୍ଷତପଟିରେ ଏହାର ବ୍ୟବହାର ହୁଏ। ଏଥିରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ୍‌ ଭରି ରହିଥାଏ। ଆମ ରାଜ୍ୟର ଘନ ଜଙ୍ଗଲ ଓ ବଣୁଆ ଫୁଲରୁ ପ୍ରସ୍ତୁତ ମହୁରେ ଅଧିକ ପଲିଫେନଲ୍ ଥାଏ। ମହୁ ସହ ପରାଗରୁ ପ୍ରୋଟିନ୍, ଭିଟାମିନ୍ ବି ମିଳେ।

ଏହା ତ୍ୱଚାର ଯତ୍ନ, ବ୍ରଣ ନିବାରଣ, ଛୋଟିଆ କ୍ଷତ, ପୋଡ଼ାଜଳା, କାଶ, ଥଣ୍ଡା, ତଣ୍ଟି ଦରଜ ଆଦି ପାଇଁ ମହୁ ଅବ୍ୟର୍ଥ ଔଷଧ । ସେହିପରି କାଶ କମାଇବା ସହିତ ମହୁ ଭାଇରସ୍ ମାରେ, ଲାଳ ବଢ଼ାଏ। ଖାଇବା ପରେ ଗୋଟେ ଚାମଚ ମହୁ ଖାଇଲେ ଏସିଡିଟିରୁ ଆରାମ ମିଳେ ବୋଲି ଡାକ୍ତର କହନ୍ତି। ଏହା ଅଲସର୍ ଭଳି ରୋଗ ନିରାକରଣ କରିପାରେ। ଓଡ଼ିଶାର ଲିଚୁ, ସୋରିଷ, ଜାମୁ, କରଞ୍ଜ ଓ ବଣଫୁଲ ଆଦି ମହୁ ନିଜସ୍ବ ସ୍ୱାଦ ପାଇଁ ପରିଚିତ। ପ୍ରତିବର୍ଷ ମେ’ ୨୦ରେ ବିଶ୍ବ ମହୁମାଛି ଦିବସ ପାଳନ ଅବସରରେ ଯୁବପିଢ଼ିଙ୍କୁ ମହୁଚାଷ ପାଇଁ ଉତ୍ସାହିତ କରାଯିବା ବର୍ତ୍ତମାନର ଆବଶ୍ୟକତା।