ମହିଳା ଏସିଆ କପରେ ପୁଣି ଟ୍ରଫି ବିବାଦ ଆଶଙ୍କା

ମହିଳା ଏସିଆ କପ୍ ଫାଇନାଲ୍‌ରେ ପୁଣି ଟ୍ରଫି ବିବାଦ ଦେଖାଦେବା ଆଶଙ୍କା ଅଛି। କାରଣ ଏସିଆନ୍ କ୍ରିକେଟ୍ ପରିଷଦ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମୋହସିନ୍ ନକ୍‌ଭୀ ସେପ୍ଟେମ୍ବର ୧୩ରେ ହେବାକୁ ଥିବା ଫାଇନାଲ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସମ୍ଭାବନା ଅଛି। ଭାରତ ଯଦି ଚାମ୍ପିଅନ ହୁଏ ତେବେ ପୁଣି ପୁରୁଷ ଏସିଆ କପ୍‌ ପରି ବିବାଦ ଦେଖିବାକୁ ମିଳିପାରେ। ୨୦୨୫ ପୁରୁଷ ଏସିଆ କପ୍ ଫାଇନାଲ୍‌ରେ ନକ୍‌ଭୀଙ୍କ ହାତରୁ ସୂର୍ଯ୍ୟକୁମାର ଯାଦବ ନେତୃତ୍ବାଧୀନ ଭାରତୀୟ ଦଳ ଟ୍ରଫି ନେଇନଥିଲା। ପରେ ନକ୍‌ଭୀ ଟ୍ରଫିକୁ ନିଜ ସହ ନେଇଯାଇଥିଲେ। ଏହି ଟ୍ରଫି ଏବେବି ଭାରତ ହାତକୁ ଆସିନାହିଁ।