ଚର୍ଚ୍ଚାରେ ରହିଛି ନୂଆ ଓଡ଼ିଆ ସିନେମା ‘ଆଶିକ୍ ଦିୱାନା’। ହେଲେ ଏହା କେବେ ରିଲିଜ ହେବ ସେନେଇ କୌଣସି ସୂଚନା ଜଣାପଡ଼ି ନାହିଁ। ଏହାର ସୁଟିଂ କାମକୁ ପାଖାପାଖି ବର୍ଷଟିଏ ହୋଇଗଲାଣି। କେବେ ମୁକ୍ତିଲାଭ କରିବ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନାଦିଆଯାଇନାହିଁ।
ଏଥିରେ ଦୀପକ, ରୀୟା, ପ୍ରିୟଙ୍କା ପାଣିଗ୍ରାହୀ ନାୟକ, ନାୟିକା ଭୂମିକାରେ ଅଛନ୍ତି। ଓଡ଼ିଆ ଛବିର ନିର୍ମାତା ପ୍ରମୋଦ ସ୍ବାଇଁ ଓଲିଉଡକୁ ଫେରିଛନ୍ତି। ଡକ୍ଟର ରଜନୀ ରଂଜନ ଏହାର ଚିତ୍ରନାଟ୍ୟକାର ଓ ସଂଳାପକାର। ଫିଲ୍ମର ସମସ୍ତ ସୁଟିଂ ସରିଛି । ଦିଲୀପ ପଣ୍ଡା ଏହାର ନିର୍ଦ୍ଦେଶକ ।