ଭଂଜପୁର ଦୁର୍ଗାପୂଜା ପାଇଁ କମିଟି ଗଠିତ

ବାରିପଦା,(ସାକ୍‌ସୀ ନ୍ୟୁଜ୍‌): ସ୍ଥାନୀୟ ଭଂଜପୁର ଛକରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ୩୯ତମ ସାର୍ବଜନୀନ ପୂଜା ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଅବସରରେ ଶାନ୍ତିଶୃଙ୍ଖଳା ସହ ପୂଜାଵିଧି ସମ୍ପନ୍ନ କରିବା ପାଇଁ ଏକ ପରିଚାଳନା କମିଟି ଗଠିତ ହୋଇଯାଇଛି। ପୂର୍ବତନ ବିଧାୟକ ରାଜକିଶୋର ଦାସ – ସଭାପତି, ନିହାର ରଞ୍ଜନ ଦଣ୍ଡପାଟ ଓ ରବୀନ୍ଦ୍ର ପାଢ଼ୀ – ଉପସଭାପତି, ଦୀପକ ଦେ – ସାଧାରଣ ସମ୍ପାଦକ, ପ୍ରସନ୍ନଜିତ ମହାନ୍ତି – କୋଷାଧ୍ୟକ୍ଷ, ଅସିତ ପଟ୍ଟନାୟକ ଓ ମାନସ ଧଳ – ସମ୍ପାଦକ, ସଭ୍ୟଦେୟ ଆଦାୟ, ଦାୟିତ୍ୱ ତୁଲାଇବା ପାଇଁ ମନୋନୀତ ହୋଇଛନ୍ତି। ୧୬ ତାରିଖ ଦିନ ମା’ ଙ୍କ ୬ଷ୍ଠୀ ପୂଜା ଆରମ୍ଭ ହୋଇ ୨୦ ତାରିଖ ଦିନ ୧୦ମୀ ଅନୁଷ୍ଠିତ ହେବବୋଲି ସାଧାରଣ ସମ୍ପାଦକ ଦୀପକ ଦେ ଜଣାଇଛନ୍ତି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭକ୍ତଙ୍କ ଭିଡକୁ ଆଖିଆଗରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।