କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକ ଟାଙ୍ଗରପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତା ୦୫/୧୦/୨୦୨୬ ରିଖ ସୋମବାର ଦିନ ପାଟଣା ର ମେଧାବୀ ଛାତ୍ର/ଛାତ୍ରୀ ସମ୍ବର୍ଦ୍ଧନା ମଞ୍ଚ ତରଫରୁ ନିଟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ଅର୍ଜନକରି ଭବାନୀପାଟଣା ସରକାରୀ ମେଡିକାଲ କଲେଜ ରେ ନାମ ଲେଖାଇଥିବା ପାଟଣା ବ୍ଲକ୍ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମର “କୁନ୍ତୀ ପାତ୍ର” “ଲୋଚନ ପାତ୍ର” ଙ୍କ ସୁପୁତ୍ର ଶ୍ରୀମାନ୍ ଶକ୍ତି ରଞ୍ଜନ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମକରଧ୍ବଜ ମହାନ୍ତ ଙ୍କ ସଭାପତିତ୍ବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ୱାମ୍ ପାଟଣା ର ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ଭାଷ୍ୟକାର “ପାର୍ଥ ସାରଥି ବେଜ୍ “ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବରେ ବଡ଼ ପାଟଣା ପଂଚାୟତ ସରପଞ୍ଚ ବିନତି ବାନରା, ମୂଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନଳିନୀ ଚନ୍ଦ୍ର ଘଣା, ସମ୍ମାନୀତ ଅତିଥି ଭାବରେ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ପତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପରିଡ଼ା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଷିକେଶ ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ନଗେଶ ଚନ୍ଦ୍ର ବ୍ରହ୍ମ, ଓଡ଼ିଶା କୁଡୁମୀ ସେନା ଉପ ସଭାପତି ମିତ୍ରଭାନୁ ମହାନ୍ତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କରୁଣାକର ମହାନ୍ତ,ପ୍ରଧାନ ଶିକ୍ଷକ ମହେନ୍ଦ୍ର ମହାନ୍ତ, ସାମାଜିକ କର୍ମୀ ସଞ୍ଜୀବ କୁମାର ମହାନ୍ତ ଉପସ୍ଥିତ ରହି ମେଧାବୀ ଛାତ୍ର ଶକ୍ତି ରଞ୍ଜନ ପାତ୍ର ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥଲେ ।
ପରିଶେଷ ରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ “ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ” ‘ପ୍ରମୋଦ କୁମାର ମହାନ୍ତ’ ଓ ବରିଷ୍ଠ ବିଜ୍ଞାନ ଶିକ୍ଷକ ଦେବେନ୍ଦ୍ର କୁମାର ମହାନ୍ତ, ବିଜ୍ଞାନ ଶିକ୍ଷକ ଦିବାକର ମହାନ୍ତ ମେଧାବୀ ଛାତ୍ର ର ପିତା ମାତାଙ୍କୁ ଫୁଲ ତୋଡ଼ା,ଉତ୍ତରୀୟ ଓ ଅଙ୍ଗବସ୍ତ୍ର ପ୍ରଦାନ କରିବାସହ ଅନୁଷ୍ଠାନ ର ସ୍ରଷ୍ଟା ବିଶିଷ୍ଠ ସମାଜ ସେବୀ ବିଦ୍ୟାଧର ମହାନ୍ତ ମେଧାବୀ ଛାତ୍ର ଙ୍କୁ ଫୁଲ ତୋଡ଼ା, ଉତ୍ତରୀୟ ଓ ଆଶୀର୍ବାଦ ପ୍ରଦାନପୂର୍ବକ ସମ୍ବର୍ଦ୍ଧନା ପତ୍ର ପାଠ କରି ମେଧାବୀ ଛାତ୍ର ର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ମୁଖ୍ୟ ଅତିଥି ସରପଞ୍ଚ ଙ୍କ ଦ୍ଵାରା ଉପଢୌକନ ପ୍ରଦାନ ଓ ଅବସର ପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ଏକ ସ୍ମୃତିଫଳକ ତତ୍ ସହିତ ସଂଘ ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସଂଘର ସମ୍ପାଦକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ମହାନ୍ତ ସଭାରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ, ବରେଣ୍ୟ ଅତିଥି, ଜନସାଧାରଣ ଙ୍କୁ ମନ୍ତ୍ର ଉଚ୍ଚାରଣ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସ୍ଥାନୀୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ। କେନ୍ଦୁଝରରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।