ଗଞ୍ଜାମ(ସାକ୍ସୀ ନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ମନ୍ଦିରରେ ହୁଣ୍ଡି ଗଣତି କରାଯାଇଛି। ୫ଟି ହୁଣ୍ଡିରୁ ମୋଟ ୨୫ ଲକ୍ଷ ୯୧ ହଜାର ୭୪୩ ଟଙ୍କା ମିଳିଛି। ହୁଣ୍ଡିରୁ ୩ଟି ବିଦେଶୀ ନୋଟ୍ ଓ ୭ଟି ବିଦେଶୀ କଏନ୍ ମଧ୍ୟ ମିଳିଛି। ଏହାସହ ସୁନା ଆଖି, ରୂପା ଆଖି ସମେତ ସୁନା ଓ ରୂପାର ବିଭିନ୍ନ ଅଳଙ୍କାର ମଧ୍ୟ ହୁଣ୍ଡିରୁ ବାହାରିଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ବେହେରାଙ୍କ ଉପସ୍ଥିତିରେ ହୁଣ୍ଡି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।