କେନ୍ଦୁଝର(ଅଦ୍ଵୈତ ଭାରତ): ଦେଶ ବିଦେଶ ରେ ନାଁ କରିଥିବା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ଚା ବଗିଚା ପୁଣି ଥରେ ଚମକିବ। 2003/04 ରୁ ବନ୍ଦ ହୋଇ ଉଜୁଡି ଯାଇ ଶ୍ରୀହୀନ ହୋଇପଡିଥିବା ଚା ବଗିଚା ପୁଣି ଥରେ ପୁନଃରୁଦ୍ଧାର ହୋଇ ସ୍ଥାନୀୟ ହଜାର ହଜାର ଆଦିବାସୀ ଙ୍କ ମୁହଁ ରେ ହସ ଫୁଟିବ ବୋଲି ଆଶା ସଂଚାର ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥି ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ଓଡିଶା ସରକାର ଙ୍କ କୃଷି ସଚିବ ସଚିନ ଯାଦବ ତରମା କାନ୍ତ ଚା ବଗିଚା ପରିଦର୍ଶନ କରିଛନ୍ତି। କୃଷି ସଚିବ ଆଜି କେନ୍ଦୁଝର ଜିଲାପାଳ ବିଶାଳ ସିଂ,ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ କୁମାର ନାଗ ଭୂଷଣ, ବାଂଶପାଳ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ, ତହସିଲଦାର ବିକାଶ ସାହୁ ପ୍ରମୁଖ ସ୍ଥାନୀୟ ଲୋକଙ୍କ ସହିତ ଚା ବଗିଚା ବୁଲି ଦେଖିଛନ୍ତି। ଆଜି ସଚିବ ଚା ବଗିଚା ର ସ୍ଥିତି, ପୂର୍ବରୁ କେମିତି ଚାଲିଥିଲା, କେତେ କର୍ମଚାରୀ ଏଠାରେ ନିୟୋଜିତ ହୋଇଥିଲେ ।
ଏଠାରୁ ଉତ୍ପାଦ ହେଉଥିବା ଚା ର ମାନ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ। ଏହା ସହ ଚା ବଗିଚା ର ପୁନଃରୁଦ୍ଧାର ହେବା ଦ୍ୱାରା ଲୋକେ କିପରି କର୍ମସଂସ୍ଥାନ ପାଇ ପାରିବେ ସେ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କ ସହିତ ଆଲୋଚନା କରିବା ସହ ଏହାର ଡିପିଆର ପ୍ରସ୍ତୁତ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ତେବେ କୃଷି ସଚିବ ଙ୍କ ପରିଦର୍ଶନ ପରେ ସ୍ଥାନୀୟ ଲୋକଙ୍କ ମୁଁହ ରେ ଆଶା ଉଦଜିବିତ ହୋଇଛି। ପରେ ସଚିବ ଜଳଡିହା କଫି ବଗିଚା ବୁଲି ଦେଖିବା ସହିତ କଫି ଚାରା ରୋପଣ କରିଥିଲେ। ସୂଚନା ଯୋଗ୍ୟ 1982 ରେ ରାଜ୍ୟ ସରକାର ଙ୍କ ଇପିକଲ ଓ କୋଲକତା ର ଶିଳ୍ପପତି ବସନ୍ତ ଦୁବେ ଙ୍କ ମିଳିତ ସହଯୋଗ ରେ ଗଠିତ ଓଟିପିଏଲ ଏଠାରେ 896.54ହେକ୍ଟର ଜମି ରେ ଚା ବଗିଚା ଆରମ୍ବ ହୋଇଥିଲା ।
ଏଠାରୁ ଉତ୍ପାଦିତ ଚା ଜାପାନ, ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ, ଆମେରିକା, ରୁଷ, କାନାଡ଼ା କୁ ରପ୍ତାନି ହେଉଥିଲା, ଓଡିଶା ଟି ପ୍ଲାଣ୍ଟେସନ ଲିଃ ଦେଶ ବିଦେଶ କୁ ଚା ରପ୍ତାନି କରି ବେଶ ଲାଭବାନ ହେବା ସଂଗେ ସଙ୍ଗେ 2002 ବେଳକୁ ବ୍ୟବସାୟୀ ଶୀର୍ଷ ରେ ଛୁଇଁ ଥିଲା। ତେବେ ହଠାତ ଏହି ପ୍ରକଳ୍ପ 2003 ବେଳକୁ ଧିମେଇ ଯାଇଥିଲା। ପରିଚାଳନା ଗ୍ରତ ତ୍ରୁଟି ଯୋଗୁଁ 2004 ରେ ଏହା ବନ୍ଦ ହୋଇଯାଇଥିଲା। ତେବେ ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଚା ବଗିଚା ପୁନଃରୁଦ୍ଧାର ହେବାର ପ୍ରକ୍ରିୟା ଆରମ୍ବ ହୋଇଛି। ତେବେ ପୁନଃରୁଦ୍ଧାର ପରେ ସ୍ଥାନୀୟ ଲୋକଙ୍କୁ କର୍ମନିଯୁକ୍ତି ପାଇବା ର ଆଶା ସଂଚାର ହୋଇଛି। କେନ୍ଦୁଝରରୁ ଅଞ୍ଜନ କୁମାର ରଣାଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।