ସ୍ୱଚ୍ଛତା ହିଁ ସେବା ୨୦୨୬ ଅଧୀନରେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ଉତ୍ସାହର ସହ ଶ୍ରମଦାନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ‘ସ୍ଵଚ୍ଛତା ହିଁ ସେବା – ୨୦୨୬’ ଅଭିଯାନ ଅଧୀନରେ ଲୋକସେବା ଭବନ ପରିସରରେ ଅର୍ଥ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଓ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରେ କାର୍ଯ୍ୟରତ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଖୁବ୍ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଉଭୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଲୋକସେବା ପରିସରରୁ ଆବର୍ଜନା ସଂଗ୍ରହ କରି ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

କାର୍ଯ୍ୟକ୍ରମ ଅବସରରେ ଅଧିକାରୀ ଓ କର୍ମଚାରୀମାନେ ସ୍ୱଚ୍ଛତା ଶପଥ ଗ୍ରହଣ କରିବା ସହ ନିଜ ଚାରିପାଖର ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ଦୈନନ୍ଦିନ ଜୀବନରେ ସ୍ଵଚ୍ଛତାକୁ ଏକ ଅଭ୍ୟାସ ଭାବେ ଗ୍ରହଣ କରିବା ନିମନ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ସ୍ଵଚ୍ଛ ଭାରତ ମାଧ୍ୟମରେ ବିକଶିତ ଭାରତ ଗଠନର ସ୍ଵପ୍ନକୁ ସାକାର କରିବା ଦିଗରେ ଏହି ଅଭିଯାନ ସଭିଙ୍କୁ ଅନୁପ୍ରାଣିତ କରିବା ସହ ଆମର ସାମାଜିକ ଦାୟିତ୍ୱ ସମ୍ବନ୍ଧରେ ସଭିଙ୍କୁ ସଚେତନ କରାଇବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା ।