ଗଞ୍ଜାମ(ସାକ୍ସୀ ନ୍ୟୁଜ୍): ପୋଲସରା ବ୍ଲକରେ ବୁଧବାର ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଜେଡିର ଏହି ପଦଯାତ୍ରା ମଧୁପଲ୍ଲୀ ପଞ୍ଚାୟତର ସୁନାରିବୁଗୁଡ଼ା ସ୍ଥିତ ବୈଦ୍ୟନାଥ ଶୈବ ପୀଠ ରୁ ଆରମ୍ଭ କରି ବୁଢ଼େଇଶୁଣି ପଂଚାୟତ ର ଲକ୍ଷ୍ମଣ ପଲ୍ଲୀ, ଗୋଠଳୀ ଓ ବୁଢ଼େଇଶୁଣି ରେ ପହଞ୍ଚି ଥିଲା। ପଦଯାତ୍ରା ବୁଢ଼େଇ ଶୁଣି ଠାରେ ପହଁଚିବା ପରେ ଏକ ପଥପ୍ରାନ୍ତ ସଭା ହୋଇଥିଲା। ବିଜେପି ଲୋକମାନଙ୍କୁ ବୁଲି ବୁଲି ମିଛ କଥା କହି ସରକାର କୁ ଆସିଛି।
ଭତ୍ତା ୩ହଜାର ୫ ଶହ ଟଙ୍କା ଦବ ବୋଲି କହିଥିଲା, ମହିଳା ମାନଙ୍କୁ ବର୍ଷକୁ ୫୦ହଜାର ଟଙ୍କା ଦେବା ସାଙ୍ଗକୁ ମାସକୁ ୩ଶହ ୟୁନିଟ ମାଗଣା ବିଦ୍ୟୁତ, ଆଦି ସବୁ ଦେବ ବୋଲି କହିଥିଲା କିନ୍ତୁ ଦେଇପାରିଲା ନାହିଁ। ଶାସକ ଦଳର ଏ ସବୁ ନାଟକବାଜି, ମିଛୁଆ ସରକାର ବୋଲି ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ଅଭିଭାଷଣ ରେ କହିଥିଲେ। ଲୋକମାନେ ବିଜେପିର କଥା ସବୁ ଜାଣିସାରିଲେଣି ଆସନ୍ତା ନିର୍ବାଚନରେ ଲୋକେ ଉଚିତ ଜବାବ ଦେବେ ବୋଲି କହିବା ସହ ପୁଣି ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟ ମନ୍ତ୍ରୀ ହେବେ ବୋଲି କହିଥିଲେ ।
ବିଜେଡିର ଏହି ପଦଯାତ୍ରା ଚଳିତ ମାସ ୨ ତାରିଖ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ କହିଥିଲେ। ଉକ୍ତ ଜନସମ୍ପର୍କ ପଦଯାତ୍ରା ରେ ବିଜେଡ଼ିର ରାଜ୍ୟ ଯୁବ ବିଜେଡି ସମ୍ପାଦକ ନିହାର ଶତପଥି,ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି ଅନିମା ପରିଡା, ପୌରପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା,ଜିଲ୍ଲା ପରିଷଦ ମେମ୍ବର ଝୁନୁ ଦାସ ଓ ବିକ୍ରମ ନାୟକ , ସରପଞ୍ଚ ଦୀପିକା ବାରିକ,କନକ ରାଉତ,କୁନି ଜେନା, ବବିତା ମହାପାତ୍ର,ଲିଲି ସାହୁ,କୁନି ମହାରଣା ସମେତ ହଜାରରୁ ଉର୍ଦ୍ଧ୍ବ ବିଜୁପ୍ରେମୀ ଯୋଗଦେଇଥିଲେ। ଗଞ୍ଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।