ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଏବଂ ଭାରତୀୟ ନିର୍ବାଚନ ଆୟୋଗ “କୌଣସି ଯୋଗ୍ୟ ମତଦାତା ଭୋଟର ତାଲିକାରୁ ବାଦ ନ ପଡ଼ନ୍ତୁ” ଏହି ଉଦ୍ଦେଶ୍ୟ ପୂରଣ ପାଇଁ ପ୍ରତିବଦ୍ଧ। ଓଡ଼ିଶାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଚାଲୁ ରହିଛି। ୩୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ, ୧୪୭ ଜଣ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO), ୭୧୯ ଜଣ ସହକାରୀ ନିର୍ବାଚକ ପଞ୍ଜୀକରଣ ଅକାରୀ (AERO), ୪,୫୪୦ ଜଣ ବୁଥ୍ ସ୍ତରୀୟ ସୁପରଭାଇଜର ଏବଂ ୪୫,୨୫୦ ଜଣ ବ୍ରୁଥ୍ ସ୍ତରୀୟ ଅଧିକାରୀ (BLO) ଏହି ଉଦ୍ଦେଶ୍ୟ ହାସଲ ପାଇଁ କାର୍ଯ୍ୟ କରୁଛନ୍ତି ଯେ, “କୌଣସି ଯୋଗ୍ୟ ମତଦାତ ଭୋଟର ତାଲିକାରୁ ବାଦ ନ ପଢ଼ନ୍ତୁ।” “କୌଣସି ଯୋଗ୍ୟ ଭୋଟର ଭୋଟର ତାଲିକାରୁ ବାଦ ନ ପଡ଼ନ୍ତୁ” ଏହି ଉଦ୍ଦେଶ୍ୟ ହାସଲ ପାଇଁ ସକ୍ରିୟ ଜନସଚେତନତା ଅଭିଯାନ ଜାରି ରହିବା। ନିର୍ବାଚନୀ ନାମାବଳୀ ସମ୍ୱନ୍ଧୀୟ କୌଣସି ଅଭିଯୋଗ ଥିଲେ କିମ୍ବା ଫର୍ମ-୬ ପୂରଣ କରିବାରେ ସହାୟତା ଆବଶ୍ୟକ ହେଲେ, କାର୍ଯ୍ୟାଳୟ ସମୟ ମଧ୍ଯରେ ହେଲ୍ପଲାଇନ୍ ନମ୍ବର ୧୯୫୦ କିମ୍ବା ଜିଲ୍ଲା ସ୍ତରରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ଥାପିତ ସହାୟତା କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ। ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରନ୍ତୁ ଏବଂ ଆବଶ୍ୟକ ହେଲେ ଦାବି କିମ୍ବା ଆପରି ଦାଖଲ କରନ୍ତୁ। ନିମ୍ନଲିଖିତ ଫର୍ମଗୁଡ଼ିକରେ ଦାବି ଓ ଆପରି ଦାଖଲ କରାଯାଇପାରିବା ।