ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ୬୬ତମ ଜନ୍ମଦିନ ପାଳିତ

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ୬୬ତମ ଜନ୍ମଦିନ ଗୁରୁବାର ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଛି। ତୁରୁମୁଙ୍ଗାସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ପରିସରରେ ଏହି ଜନ୍ମଦିନ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଧାୟକଙ୍କ ପରିବାର ସଦସ୍ୟ, ସମର୍ଥକ ଏବଂ ପାଟଣା ନିର୍ବାଚନମଣ୍ଡଳୀର ବିଜେପିର ବହୁ ନେତା ଓ କର୍ମୀ ଉପସ୍ଥିତ ରହି ବିଧାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ଉପସ୍ଥିତ ଅତିଥି ଓ ସମର୍ଥକମାନେ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ପରିବାର ସଦସ୍ୟ ଓ ସମର୍ଥକଙ୍କ ଗହଣରେ ବିଧାୟକ ଶ୍ରୀ ନାୟକ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା। ଦଳୀୟ ନେତା ଓ କର୍ମୀମାନେ ବିଧାୟକଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ଜୀବନ କାମନା କରିବା ସହ ଆଗାମୀ ଦିନରେ ଜନସେବା କ୍ଷେତ୍ରରେ ସେ ଆହୁରି ସଫଳତା ହାସଲ କରନ୍ତୁ ବୋଲି ଶୁଭକାମନା ଜଣାଇଥିଲେ। କେନ୍ଦୁଝରରୁ ଅଞ୍ଜନ ରାଣାଙ୍କ ରିପୋର୍ଟ  ।