ବରଗଡ଼(ସାକ୍ସୀ ନ୍ୟୁଜ୍): ବରଗଡ଼ ସହର ରେ ଜଳାଭାବ କୁ ଦୂର କରିବା ପାଇଁ ପୂର୍ବ ପୁରୁଷ ମାନେ ଜଳାଶୟ ତିଆରି କରିଥିଲେ ଯାହାକି ବରଗଡ଼ ର ପରିଚୟ ସହ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଥିଲା କିନ୍ତୁ ସମୟ କ୍ରମେ ଆଧୁନିକତା ଛାପରେ ଏହି ବନ୍ଧ, କଟା, ଜଳାଶୟ ଗୁଡିକ ପୋତି ହୋଇ ଅସ୍ତିତ୍ୱ ହରାଇ ବସିଲାଣି। ଏହି ବନ୍ଧ, କଟା ଗୁଡିକର ପୁନଃରୁଦ୍ଧାର ପାଇଁ ଦାବୀ କରିଛି ଆମ୍ ଆଦମୀ ପାର୍ଟି। ବର୍ତମାନ ଅନେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏହାକୁ ଜବର ଦଖଲ କରିଛନ୍ତି କିମ୍ବା କରିବାକୁ ଚେଷ୍ଟା କରୁଛନ୍ତି ଯାହାକି ବରଗଡ଼ ପାଇଁ ବିରାଟ କ୍ଷତି ହେଵ ବୋଲି ଭବାନୀ ସାହୁ ଅଭିଯୋଗ କରିଛନ୍ତି ।
ଏହି ବନ୍ଧ, କଟା ଗୁଡିକ ର ସୁରକ୍ଷା ପାଇଁ ପୌର ପ୍ରଶାସନ ପକ୍ଷରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ବର୍ତମାନ ବାହାବଲ ବନ୍ଧ ର ପୁନଃ ରୁଦ୍ଧାର ପରିବର୍ତ୍ତେ ଜବର ଦଖଲ କରିବାରେ ଲାଗିଛନ୍ତି। ଏହା ଉପରେ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅସିତ ସାହୁ, ମାରୀୟମ ବାର୍ଲା, ସୁଦାମ ସାହୁ ଉପସ୍ଥିତ ଥିଲେ ।