ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ର ୨ୟ ଟ୍ରେଲର୍ ରିଲିଜ୍ ହୋଇଛି। ଶ୍ରୀରାମ ଓ ରାବଣ ମଧ୍ୟରେ ଧର୍ମ ଓ ଅଧର୍ମର ଯୁଦ୍ଧକୁ କେନ୍ଦ୍ରରେ ରଖାଯାଇଛି। ଘନ ଅନ୍ଧକାର ଭିତରୁ ରାବଣ କିଭଳି ଉଭା ହୋଇଛି, ଟ୍ରେଲର୍ ଆରମ୍ଭରେ ତାହା ଦେଖିବାକୁ ମିଳିଛି। ପୁଷ୍ପକ ବିମାନରେ ରାବଣ ଓ ଜଟାୟୁର ଯୁଦ୍ଧକୁ ସୀତା ଦେଖୁଥିବାର ଦୃଶ୍ୟ, ଲଙ୍କା ଉପରେ ଆକ୍ରମଣ ଓ ଲଙ୍କା ବିଜୟ ପରେ ରାବଣର ଦୃଶ୍ୟ ରହିଛି। ଏଥିରେ ରାବଣ ଚରିତ୍ରରେ ୟଶ ଅତ୍ୟନ୍ତ ଶକ୍ତିଶାଳୀ ଦିଶୁଛନ୍ତି। ଦେବରାଜ ଇନ୍ଦ୍ରଙ୍କ ଚରିତ୍ରରେ କୁଣାଲ କପୁରଙ୍କୁ ଐରାବତ ହାତୀରେ ସବାର ହୋଇଥିବା ଦେଖିବାକୁ ମିଳିଛି। ରାବଣ ଐରାବତ ଉପରେ ଆକ୍ରମଣ କରି ତାକୁ ଭୂମିକୁ ଖସାଇବାର ଦୃଶ୍ୟ ରହିଛି। ଅଯୋଧ୍ୟାର ଭବ୍ୟ ଦୃଶ୍ୟ ବି ଅଛି ।
Next Post